/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664982079.jpg)
BJP's special strategy for capturing power
କ୍ଷମତା ଦଖଲ ପାଇଁ ଦେଖାଦେଇଛି ବିଜେପି ର ସ୍ପେଶାଲ ଷ୍ଟ୍ରାଟେଜୀ। ନୂଆ ଷ୍ଟାଇଲ୍ରେ ପ୍ରସ୍ତୁତ ହେଉଛି ସଙ୍ଗଠନ। ଦୁର୍ବଳ ବୁଥ୍ଗୁଡିକୁ ମଜଭୁତ କରିବା ପାଇଁ ଚାଲିଛି ଉଦ୍ୟମ। ନିକଟରେ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱରର ୨୯ ନମ୍ବର ଓ୍ୱାର୍ଡର ୬୪ ନମ୍ବର ବୁଥ୍ରେ ସମୀକ୍ଷା କରିଥିଲେ ଖୋଦ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏହି ସମୟରେ କର୍ମୀମାନଙ୍କୁ ଶିଖାଇଥିଲେ ବୁଥ୍ ମଜଭୁତ୍ କରିବାର ଫର୍ମୁଲା।
କେବଳ ନଡ୍ଡା ନୁହନ୍ତି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍ ସନ୍ତୋଷ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ମଧ୍ୟ ବୁଥ୍ ମଜଭୁତ ନେଇ ଗୁରୁମନ୍ତ୍ର ଦେଇଥିଲେ। ବିଜେପିର ମିଶନ୍ ଓଡ଼ିଶା ସଫଳ କରିବାକୁ ହେଲେ ରାଜ୍ୟର ପ୍ରାୟ ୩୬ ହଜାର ବୁଥ୍ରେ ସଙ୍ଗଠନ ସଜାଡିବାକୁ ପଡିବ, ଆଉ ସେଇ ଅନୁସାରେ କେନ୍ଦ୍ରୀୟ ନେତାଙ୍କ ପ୍ଲାନ୍କୁ କାର୍ଯ୍ୟକାରୀ କରିବାରେ ଲାଗି ପଡିଛି ରାଜ୍ୟ ବିଜେପି।
ଅଧିକ ପଢନ୍ତୁ: ଭୁବନେଶ୍ୱରରେ ଜେପି ନଡ୍ଡା
ଦଳର ବୁଥ୍ ମ୍ୟାନେଜମେଣ୍ଟ ଫର୍ମୁଲା ଅନୁଯାୟୀ ଭୋଟ୍ ପ୍ରତିଶତ ଅନୁସାରେ ବୁଥ୍ଗୁଡିକର ଗ୍ରେଡେସନ୍ କରାଯାଇଛି। ୩୦ ପ୍ରତିଶତ ଭୋଟ୍ ମିଳିଥିବା ବୁଥ୍କୁ C, ୫୦ ପ୍ରତିଶତ ବୁଥ୍କୁ B, ୭୦ ପ୍ରତିଶତକୁ A ଓ ୭୦ ପ୍ରତିଶତ ଅଧିକ ଭୋଟ୍ ମିଳିଥିବା ବୁଥ୍କୁ A+ ଭାବେ ଚିହ୍ନଟ କରାଯାଇଛି।
୨୦୨୪ ପୂର୍ବରୁ ସମସ୍ତ ବୁଥ୍କୁ ଗୋଟିଏ ଲେଖାଏ ପାଦ ଆଗକୁ ନେବା ଅର୍ଥାତ C କୁ B, Bକୁ A ଓ Aକୁ A+ ଗ୍ରେଡ୍କୁ ଆଣିବା ପାଇଁ ଟାସ୍କ ଦେଇଛନ୍ତି ନଡ୍ଡା, ଆଉ ଏଥିପାଇଁ ବତାଇଛନ୍ତି ଫର୍ମୁଲା। ଗୁଜରାଟ, ଉତ୍ତର ପ୍ରଦେଶ ଭଳି ଏଠି ବି ଦୃଢ଼ ସଂଗଠନ ଗଢିବା ପାଇଁ କୁହାଯାଇଛି। ପନ୍ନା ପ୍ରମୁଖ ଅଭିଯାନରେ ଭୋଟର ଲିଷ୍ଟ୍ର ଗୋଟିଏ ପୃଷ୍ଠା ଦାୟିତ୍ୱରେ ଜଣେ ଲେଖାଏଁ କାର୍ଯ୍ୟକର୍ତ୍ତା ରହିବେ। ସେହିଭଳି ବୁଥ୍ ସ୍ତରରେ ୫ଟି ପରିବାର ଦାୟିତ୍ୱ ନେବେ ଜଣେ ଲେଖାଏଁ କାର୍ଯ୍ୟକର୍ତ୍ତା। ପ୍ରତି ରବିବାର ବୁଥ୍ ଅଫିସ୍ରେ କାର୍ଯ୍ୟକର୍ତ୍ତା ଏକାଠି ହୋଇ ଟାସ୍କର ସମୀକ୍ଷା କରିବେ।
ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ବ୍ୟତୀତ ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବାକୁ ଜୋର୍ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ। ତେଣୁ ବୁଥ୍, ଶକ୍ତିକେନ୍ଦ୍ର, ମଣ୍ଡଳ ଓ ବ୍ଲକ୍ ସ୍ତରରେ ସଙ୍ଗଠନକୁ ବ୍ୟାପକ କରି ରାଜ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଆନ୍ଦୋଳନ କରିବାକୁ ସଜବାଜ ହେଉଛି ଦଳ। ସେଥିପାଇଁ ସରକାର ବିରୋଧରେ ଏକ ଚାର୍ଜସିଟ୍ ପ୍ରସ୍ତୁତ ହେବ।
ଏହାସହ କେନ୍ଦ୍ର ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ଲୁପ୍ରିଣ୍ଟ କରାଯାଇଛି। ସେପଟେ ବିଜେଡି କହିଛି, ସେମାନେ ନିଜ କାମ କରୁଛନ୍ତି, ଆମେ ବି ବୁଥ୍ ମଜଭୁତ୍ କରୁଛୁ। ତେବେ ତୃଣମୂଳ ସ୍ତରରେ ପ୍ରକୃତରେ କେଉଁ ଦଳର ସ୍ଥିତି କେତେ ମଜଭୁତ ତାହା ନିର୍ବାଚନ ବେଳେ ସ୍ପଷ୍ଟ ହେବ।
(ରିପୋର୍ଟ : ଭୁବନେଶ୍ୱରରୁ ସୌମ୍ୟରଂଜନ ସାହୁ ଓ ହରିହର ଚାନ୍ଦ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)