Advertisment

ଚେନ୍ନାଇରେ ଶଶି ଥରୁରଙ୍କୁ ଝଟକା; ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ ଯୋଗ ଦେଲେ ୧୨

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍‌ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍‌ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?

author-image
Minati Mishra
ଅଦ୍ୟତନ ହୋଇଛି
Congress President Election 2022

big jolt to shashi tharoor in chennai

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍‌ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍‌ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ? ଦୀର୍ଘ ବର୍ଷ ପରେ କଂଗ୍ରେସ ଦଳ ପ୍ରଥମ ଥର ପାଇଁ ଅଣ ଗାନ୍ଧୀ ଅଧ୍ୟକ୍ଷ ପାଇବ ତ ?

Advertisment

କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଗୁରୁବାର ଚେନ୍ନାଇ ଗସ୍ତରେ ଯାଇଥିଲେ। ୭୦୦ରୁ ଅଧିକ କଂଗ୍ରେସ ପ୍ରତିନିଧିଙ୍କ ସମର୍ଥନ ପାଇବା ପାଇଁ ସେ ରାଜ୍ୟ ମୁଖ୍ୟାଳୟ ସଥିୟାମୂର୍ତ୍ତି ଭବନରେ ଏକ ବୈଠକର ଆୟୋଜନ କରିଥିଲେ । ହେଲେ ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ  ଉପସ୍ଥିତ ଥିଲେ ମାତ୍ର ୧୨ ଜଣ ପ୍ରତିନିଧି ଯାହା ଶଶୀଙ୍କ ପାଇଁ ଥିଲା ବଡ ଝଟକା।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ସମ୍ପର୍କିତ ଅପଡ଼େଟ ଜାଣନ୍ତୁ

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଥରୁରଙ୍କ ବୈଠକରେ ଯୋଗ ଦେବାର ଅର୍ଥ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯିବା। ଏଠାରେ ଦଳୀୟ ପ୍ରାର୍ଥୀ ହେଉଛନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ। କାରଣ ଖଡ୍‌ଗେଙ୍କ ପଛରେ ରହିଛି ଗାନ୍ଧୀ ପରିବାରର ସ୍ୱୀକୃତି ଓ ସମର୍ଥନ । ଅଧ୍ୟକ୍ଷ ତାଲିକାରୁ ଗେହଲଟ ବାହାରିବା ପରେ ଶେଷ ସମୟରେ ହିଁ ଖଡ୍‌ଗେଙ୍କୁ ଏଣ୍ଟ୍ରି କରାଯାଇଥିଲା।

Advertisment

ଏହି ଘଟଣାକୁ ନେଇ ଥରୁର ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଯଦି ମୋ ବୈଠକରେ ସାମିଲ ହବାକୁ  ପ୍ରତିନିଧିମାନେ ଡରୁଛନ୍ତି ତେବେ ତାହା ସେମାନଙ୍କର ସମସ୍ୟା। ଏହାଦ୍ୱାରା ସେମାନଙ୍କର କ୍ଷତି ହେବ। ଏଠାରେ ଆମେ ଏକ ସକରାତ୍ମକ ଆଲୋଚନା କରିପାରିଥାନ୍ତେ। ଗାନ୍ଧୀ ପରିବାରର ପ୍ରାର୍ଥୀଙ୍କ ବିଷୟରେ ମତ ରଖି ଥରୁର କହିଥିଲେ, ଗାନ୍ଧୀ ପରିବାର ସ୍ପଷ୍ଟ କରି ଦେଇଛନ୍ତି ଯେ, ତାଙ୍କର ଉତ୍ତରାଧିକାରୀ ପ୍ରାର୍ଥୀ କେହି ନାହାନ୍ତି। ତେଣୁ ଖଡ୍‌ଗେ ଯେ ଗାନ୍ଧୀ ପରିବାରର ପ୍ରାର୍ଥୀ ଏ ଧାରଣା ଆମେ ରଖିବା ଉଚିତ ନୁହେଁ।

ଏଠି କହିରଖିବୁ, ଥରୁର ପ୍ରଥମ ନେତା ଥିଲେ ଯିଏ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ଲାଗି ଘୋଷଣା କରିଥିଲେ। ସୋନିଆ ଗାନ୍ଧୀ ଙ୍କ ସହ ଆଲୋଚନା କରିବା ପରେ ସେ ଏହି ଘୋଷଣା କରିଥିଲେ। ଏପରିକି ଗଣମାଧ୍ୟକୁ ଏକ ସାକ୍ଷାତକାର ସମୟରେ ସେ କହିଥିଲେ, ନିର୍ବାଚନ ଲଢିବା ପାଇଁ ସୋନିଆ ଗାନ୍ଧୀ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ନିର୍ବାଚନରେ ଦଳ ସମଥିତ କେହି ପ୍ରାର୍ଥୀ ରହିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Congress Sashi Tharoor Congress President Election
Advertisment
Advertisment