Advertisment

ଧାମନଗର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି: ଆଜିଠୁ ନାମାଙ୍କନ ଦାଖଲ, ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhamnagar Bypoll

Notification Issued For Dhamnagar Bypoll

ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ।  ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।

Advertisment

ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ୬ରେ ଭୋଟ୍‌ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ‌ଆସନ ଖାଲି ରହିଛି। ଆଜିଠାରୁ ନାମାଙ୍କନ ଦାଖଲ ଆରମ୍ଭ ହେବାକୁ ଥିବାବେଳେ କୌଣସି ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

ଅଧିକ ପଢ଼ନ୍ତୁ: କେଉଁ ଦଳର କିଏ ହେବେ ଧାମନଗର ଯୋଦ୍ଧା ? ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଦ୍ୱନ୍ଦ୍ୱ

Advertisment

ବିଜେପି ପକ୍ଷରୁ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା କରାଯିବ। ସେପଟେ ବିଜେଡି ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଅଙ୍କ ଛିଡୁ ନଥିବା ଜଣାପଡ଼ିଛି। ଲଗାତାର ୨ ଦିନ ଧରି ଜୋରଦାର ଆଲୋଚନା ଚାଲୁଥିଲେ ବି ପ୍ରାର୍ଥୀ ସ୍ଥିର ହୋଇନାହାନ୍ତି। ତେବେ ୨୦୧୯ ନିର୍ବାଚନରେ ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ଲାଗି ଜୋରଦାର ଦାବି ହେଉଥିବାବେଳେ କିଛି ସ୍ଥାନୀୟ ନେତା ଏହାକୁ ବିରୋଧ କରୁଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ଉପନିର୍ବାଚନ ପାଇଁ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ଧାମନଗର ଦାୟିତ୍ୱ ଦିଆଯାଇଛି। 

Bishnu Charan Sethi Dhamnagar Bypoll
Advertisment
Advertisment