ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।
ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।
ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି ବୋଲି ଏକ କାର୍ଟୁନ ପୋଷ୍ଟରରେ ଦର୍ଶାଯାଇଛି ।
SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ ।
ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି ।
କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର।
ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।
ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।
ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।
ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?
ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ । ଗତକାଲି ବରଗଡ଼ ପଦ୍ମପୁରରେ ମନ୍ତ୍ରୀ ରୀତା ସାହୁଙ୍କୁ ଜୋରଦାର ବିରୋଧ ପରେ ଆଜି ଆଠଗଡ଼ ଓ ମହାକାଳପଡ଼ାରେ ବି ସମାନ ଘଟଣାର ପୁନାରବୃତ୍ତି ।
ହବିଷ୍ୟାଳୀଙ୍କ ମୁହଁରେ ନବୀନ ଜଣାଣ । ନବୀନ କୁଆଡ଼େ ଚଳନ୍ତି ଠାକୁର, ସିଏ ପୁଣି ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର । ଖାଲି ସେତିକି ନୁହେଁ ନବୀନ ବି କରୁଣା ସାଗର ମଧ୍ୟ । ପୁରୀରେ କାର୍ତ୍ତିକ ବ୍ରତ କରିବାକୁ ଯାହା ପାଇଁ ଆସିଛନ୍ତି, ସେଇ ମହାପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ି ହବିଷ୍ୟାଳୀଙ୍କ ତୁଣ୍ଡରେ ଭିନ୍ନ ଭିନ୍ନ ଉପମାରେ ଏଭଳି ନବୀନ ଜଣାଣ ବେଶ୍ ଚର୍ଚ୍ଚାରେ ରହିଛି ।
ଧାମନଗର ଉପନିର୍ବାଚନ ଟଙ୍କା ବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି । ଏସ୍ଏଚ୍ଜିଙ୍କ ଦ୍ୱାରା ଟଙ୍କା ବଣ୍ଟା, ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର । ଏହି ଦୁଇଟି ଭିଡିଓ ଭାଇରାଲ ପରେ ତେଜିଛି ଧାମନନଗର ଉପନିର୍ବାଚନ ଟଙ୍କା ବଣ୍ଟା ବିବାଦ ।
ଧାମମନଗର ଉପନିର୍ବାଚନ ଟଙ୍କାବଣ୍ଟାକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଜୋର ଧରିଛି ଆରୋପ-ପ୍ରତ୍ୟାରୋପ । ଇସିଆଇ ପାଖରେ ବିଜେପିର ଅଭିଯୋଗ ପରେ ଧାଇଁଲା ବିଜେଡି ।
ମହାକାଳପଡ଼ା, ଆଠଗଡ଼ ଆଉ ପଦ୍ମପୁର ସବୁଠି ମନ୍ତ୍ରୀମାନଙ୍କୁ ବିରୋଧ, ନାରାବାଜି ଓ କଳାପତାକା ପ୍ରଦର୍ଶନ ।
ଆଗକୁ ତେଲେଙ୍ଗାନାର ମୁନୁଗୋଡ଼େ ଆସନ ପାଇଁ ଉପର୍ନିବାଚନ ଅନୁଷ୍ଠିତ ହେବ ।ତେଣୁ ଏବେଠୁ ବିଜେପି ନିଜ ଗେମ୍ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି ।
SHGକୁ ଅପମାନ ଓ ଅର୍ଥବଳର ପ୍ରୟୋଗ ଅଭିଯୋଗ । ବିଜେପିର ଦାବି ଆଗ କ୍ଷମା ମାଗୁ ଶାସକଦଳ ।
ଭୋଟରଙ୍କୁ ଲାଞ୍ଚ ଯାଚିବା, ଧମକାଇବା, ପ୍ରଲୋଭନ ଦେଖାଇବା ଅପରାଧ । ଏଭଳି ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।
ସବୁଠୁ ବଡ଼ କଥା ହେଲା ଅତନୁଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ହି ହଟହଟ୍ଟାର ସମ୍ମୁଖୀନ ହେବାକୁ ପଡ଼ିଛି ।
୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...
ଧାମନଗର ଉପନିର୍ବାଚନରେ ବିଜେଡି ପ୍ରଚୁର ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ନାନା ପ୍ରଲୋଭନ ଦେଖାଉଥିବା ଅଭିଯୋଗ ଆଣି ବିଜେପିର ତିନି ତିନିଟି ଟିମ୍ ନିର୍ବାଚନ କର୍ତ୍ତୃପକ୍ଷଙ୍କ ପାଖରେ ହୋଇଛି ଫେରାଦ ।
ଏସ୍ଏଚଜିମାନେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବା ଓ ବିଜେଡି କର୍ମୀ ସମ୍ମିଳନୀରେ କୋଟିଏ ଟଙ୍କାର ଅଫର୍ ଦିଆଯିବା ଅଭିଯୋଗକୁ ଧରି ଇସିଆଇ ପାଖରେ ଫେରାଦ ହୋଇଛି ବିଜେପି ।
୨ଟି ମାମଲା ରୁଜୁ କରାଯାଇଥିବା କହିଲେ ସିଇଓ ସୁଶିଲ ଲୋହାନି । ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ପାଇଥିଲୁ କହିଲେ ।