• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାମନଗର ଉପନିର୍ବାଚନରେ ଟଙ୍କାବଣ୍ଟା ଅଭିଯୋଗ ମାମଲାରେ ହେଲା କାର୍ଯ୍ୟାନୁଷ୍ଠାନ । ୨ଟି ମାମଲା ରୁଜୁ କରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଇଓ ସୁଶିଲ ଲୋହାନି । କହିଛନ୍ତି, ୨ ଜଣ ମହିଳାଙ୍କ ମଧ୍ୟରେ ଟଙ୍କା ଦିଆନିଆ ଅଭିଯୋଗ ମିଳିଥିଲା । ତଦନ୍ତ ପରେ ସଂପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇ ମାମଲା ରୁଜୁ ହୋଇଛି । ଧାମନଗର ଥାନାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି ।

ଅନ୍ୟ ଏକ ମିଟିଂରେ ୧ କୋଟି ଅଫର ଅଭିଯୋଗର ତଦନ୍ତ ହୋଇଛି । ସଂପୃକ୍ତ ଲୋକଙ୍କୁ ଚିହ୍ନଟ କରାଯାଇ ଏତଲା କରାଯାଇଛି, ନିର୍ଦ୍ଦିଷ୍ଟ ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସିଇଓ । ତାସହ ଧାମନଗର ଉପନିର୍ବାଚନ ପ୍ରସ୍ତୁତି ନେଇ ମଧ୍ୟ ସୂଚନା ଦେଇଛନ୍ତି । ନିର୍ବାଚନ ବେଳେ ୧୧ଶହ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟ କରାଯିବ ବୋଲି କହିଛନ୍ତି । ସେଣ୍ଟ୍ରାଲ ଅବଜରଭର ୨ଜଣ ଆସି ସାରିଛନ୍ତି । ୧୦୬ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୧ ନଭେମ୍ବରରେ ପୋଲିଂ ପାର୍ଟି ଯିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ପୂର୍ବରୁ ଏହି ଟଙ୍କା ବଣ୍ଟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା କଂଗ୍ରେସ । ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ କରିବାକୁ ଦଳ ଦାବି କରିଥିଲା । ଏହାସହ କଂଗ୍ରେସ କହିଥିଲା, ଜିଲ୍ଳାପାଳ, ଏଡିଏମ, ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀ ବିଜେଡିକୁ ଜିତେଇବାକୁ ଳାଗି ପଡ଼ିଛନ୍ତି । ଆଟାଚ୍ ଧରି ଘର ଘର ବୁଲି ଟଙ୍କା ବାଣ୍ଟୁଛନ୍ତି ମନ୍ତ୍ରୀ ଆଉ ବିଧାୟକ ।

ତାସହ ସରକାରୀ କର୍ମଚାରୀ ମାନେ ବିଜେଡି ପ୍ରାର୍ଥୀଙ୍କୁ ଜିତେଇବାକୁ କାମ କରୁଛନ୍ତି । ଏସ୍ଏଚ୍‌ଜି ଗୋଷ୍ଠୀ ଜରିଆରେ ପଇସା ବଣ୍ଟା ହେଉଛି । ଯୁବକ ସଂଘ ଗୁଡ଼ିକ ଜରିଆରେ ଯୁବକ ମାନଙ୍କୁ ଟଙ୍କା ବଣ୍ଟା ଯାଉଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲା କଂଗ୍ରେସ । ତାବେ ଟଙ୍କା ବଣ୍ଟା ବନ୍ଦ ନକଲେ କଂଗ୍ରେସ ଟଙ୍କା ଛଡାଇବ ଆଉ କିଛି ଅପ୍ରୀତିକର ପରିସ୍ଥିତି ପାଇଁ ସରକାର ଆଉ ର୍ନିବାଚନ କମିଶନ ଦାୟୀ ରହିବେ ବୋଲି ଚେତାବନୀ ଦେଇଥିଲା କଂଗ୍ରେସ । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ କହିଛନ୍ତି, ଯେଉଁ ସବୁ ଅଭିଯୋଗ ଆସୁଛି ଆମେ କାଯର୍ୟାନୁଷ୍ଠାନ ଗ୍ରହଣ କରୁଛୁ ।