Advertisment

ଘରେ ପଶୁ ପଶୁ ବାଜିଲା ଚାଳ..ଷ୍ଟିଅରିଂ କମିଟିରୁ ଶଶିଙ୍କ ନାଁ କାଟିଦେଲେ ଖଡ୍‌ଗେ

୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...

author-image
Minati Mishra
ଅଦ୍ୟତନ ହୋଇଛି
Sashi Tharoor

Kharge constitutes steering Committee

୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି।  ସଭାପତି ହେବା ପରେ ଖଡ଼ଗେ ଏକ ଷ୍ଟିଅରିଂ କମିଟି ଗଠନ କରିଛନ୍ତି।  ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଟିମ୍‌ରେ ନାହାନ୍ତି ଶଶି ଥରୁର ।

Advertisment

ଅଧିକ ପଢ଼ନ୍ତୁ: ଚ୍ୟାଲେଞ୍ଜର ଚକ୍ରବ୍ୟୁହରେ ଖଡଗେ ! କୂଳରେ ଲାଗିବ କି ବୁଡ଼ି ଯାଉଥିବା କଂଗ୍ରେସ ଡଙ୍ଗା ?

ଦାୟିତ୍ୱ ନେବା ପରେ ଖଡଗେ ବୁଧବାର ଗଠନ କରିଛନ୍ତି ଷ୍ଟିଅରିଂ କମିଟି। ଏଥିରେ ୪୭ ଜଣ ସଦସ୍ୟ ଅଛନ୍ତି। କଂଗ୍ରେସ ୱାର୍କିଂ କମିଟି ଜାଗାରେ ଏହି କମିଟି କାମ କରିବ। ଷ୍ଟିୟରିଂ କମିଟିରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରାହୁଲ ଗାନ୍ଧି, ମନମୋହନ ସିଂହ, ଏକେ ଆଣ୍ଟୋନି, ଚିଦାମ୍ବରମ, ଅଜୟ ମାକନ, ଦିଗବିଜୟ ସିଂହ, ଜୟରାମ ରମେଶ, କେସି ବେଣୁଗୋପାଳ, ଆନନ୍ଦ ଶର୍ମା, ଭକ୍ତ ଦାସଙ୍କ ପରି ନେତା ଥିବା ବେଳେ ଶଶି ଥରୁର ଙ୍କ ନାଁ ନାହିଁ । ଶଶି ଥରୁର ଦଳର ବରିଷ୍ଠ ଆଉ ଦକ୍ଷ ନେତା ବି । କାହିଁକି ତାଙ୍କୁ ଷ୍ଟିଅରିଂ କମିଟିରୁ ବାଦ ଦିଆଗଲା ? ଏହା ପଛରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅଛି କି ? ନା  ପ୍ରତିଦ୍ୱନ୍ଦ୍ୱୀଙ୍କୁ ହଟାଇବାକୁ ଯାଇ ଖଡଗେ ନେଇଛନ୍ତି ଏପରି ନିଷ୍ପତ୍ତି ? 

Advertisment

କଂଗ୍ରେସ ସଭାପତି ନିର୍ବାଚନ ରେ ଖଡ଼ଗେଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ଥିଲେ ଥରୁର।   ଆସନ୍ତା  ମାର୍ଚ୍ଚ-ଏପ୍ରିଲରେ ଦଳର ଏକ ବୈଠକରେ ଖଡ଼ଗେ ସଭାପତି ନିର୍ବାଚିତ ହେବା ଉପରେ ଲାଗିବ ଦଳର ମୋହର।  ଏହା ପରେ ନୂଆ କରି ଗଠନ ହେବ ଦଳର ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା କଂଗ୍ରେସ କାର୍ଯ୍ୟକାରିଣୀ।  ସେ ପର୍ଯ୍ୟନ୍ତ ଖଡ଼ଗେଙ୍କ ନୂଆ ଷ୍ଟିୟରିଂ କମିଟି କାମ କରିବ ।

ଏହି ଷ୍ଟିଅରିଂ କମିଟି ହାତରେ ରହିବ ସର୍ବୋଚ୍ଚ କ୍ଷମତା। କମିଟି ଦଳର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ। ସିଡବ୍ଲୁସିର ୧୧ ଜଣ ସଦସ୍ୟ ମନୋନୀତ ହେବେ ଏବଂ ୧୨ ଜଣ ନିର୍ବାଚିତ ହେବେ  । କଂଗ୍ରେସ ସଭାପତି ଓ ସଂସଦୀୟ ଦଳର ନେତା ମଧ୍ୟ ଏହାର ସଭ୍ୟ ରହନ୍ତି। ସୂଚନାଯୋଗ୍ୟଯେ,  ଗତକାଲି ନୂଆଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ସଭାପତି ଭାବେ ଦାୟିତ୍ୱ ନେଇଛନ୍ତି ଖଡ଼ଗେ ।

Mallikarjun Kharge Congress President Sashi Tharoor
Advertisment
Advertisment