Advertisment

ନବୀନ ନିବାସ ଘେରାଉ ପ୍ଲାନ୍‌ ଫେଲ୍‌, ମନ୍ତ୍ରୀ ତୁଷାରକାନ୍ତିଙ୍କ ଘରେ ପଶିଲେ ଛାତ୍ର କଂଗ୍ରେସ କର୍ମୀ

ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
NSUI

NSUI

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟରକୁ ଧସେଇ ପଶିଲା ଛାତ୍ର କଂଗ୍ରେସ । ପ୍ରଥମେ ଫେଲ୍‌ ମାରିଲା ନବୀନ ନିବାସ ଘେରାଉ ପ୍ଲାନ୍‌ । ଆଉ ତାପରେ ଡିସିପିଙ୍କ ଉପସ୍ଥିତିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କ୍ୱାର୍ଟର ଭିତରକୁ ଧସେଇ ପଶିଲେ ଛାତ୍ର କଂଗ୍ରେସ କର୍ମୀ । ମନ୍ତ୍ରୀଙ୍କ କ୍ୱାର୍ଟରକୁ ମଧ୍ୟ ଅଣ୍ଡା ମାଡ଼ କଲେ । ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କାରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।

Advertisment

ପୋଲିସ ଅଟକାଇବାରୁ ସେଠାରେ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏମିତିକି ପୋଲିସକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ । ଯାହାଫଳରେ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାଲି ସେତିକି ନୁହେଁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଟପିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ତେବେ ସେଠାରୁ ଫେରି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ସମ୍ମୁଖରେ ପ୍ରତିବାଦ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

ସେଠାରେ ପୋଲିସ ପୂର୍ବରୂ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବାରୁ କିଛି ଛାତ୍ର କଂଗ୍ରେସ କର୍ମୀ କ୍ୱାର୍ଟର ଭିତରେ ଧସେଇ ପଶିଥିଲେ । ଡିସିପିଙ୍କୁ ଗେଟ୍‌ ସମ୍ମୁଖରେ ଧକ୍କା ମାରି ଛାତ୍ର କଂଗ୍ରେସର ଜଣେ ମହିଳା କର୍ମୀ କ୍ୱାର୍ଟର ଭିତରେ ପଶିଥିଲେ । ତାଙ୍କ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଘର ଭିତରେ ପଶି ପ୍ରତିବାଦ କରିଥିଲେ । ଛାତ୍ର କଂଗ୍ରେସ କର୍ମୀ ମନ୍ତ୍ରୀଙ୍କ କ୍ୱାର୍ଟରକୁ ଅଣ୍ଡାମାଡ଼ ମଧ୍ୟ କରିଥିଲେ । 

Advertisment

ତେବେ ସେଠାରେ କିଛି ମହିଳା ପୋଲିସ ପହଞ୍ଚି ଉକ୍ତ ମହିଳା କର୍ମୀଙ୍କୁ କାବୁ କରିଥିଲେ । ଅଧିକାଂଶ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଏବେ ଅଟକ ରଖିଛି । 

Congress NSUI Dharmendra Sahoo
Advertisment
Advertisment