କ’ଣ ହେବ ରେଜଲ୍ଟ, ତାହା ତ ଆସନ୍ତା ୬ ତାରିଖରେ ଜଣାପଡ଼ିବ । କିନ୍ତୁ ଆଜି ଧାମନଗରବାସୀ ବାଛିବେ ତାଙ୍କ ବିଧାୟକ ।
ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ସେଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥ୍ରେ ପହଞ୍ଚି ମତଦାନର ରିହର୍ସସଲ୍ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି କରାଯାଇଛି । ସମ୍ବେଦନଶୀଳ ଚିହ୍ନଟ ୧୧୦ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।
ଧାମନଗରରେ କାହାର ହେବ ଜିତ୍ ? ବିଷ୍ଣୁଙ୍କ ଗଡ଼ରେ କିଏ ମାରିବ ବାଜି ? ରାତି ପାହିଲେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଦେବେ ଜନତା ।
ଲୁଲୁ ସେନାର ନାଁ ତ ଆପଣମାନେ ନିଶ୍ଚିତ ଶୁଣିଥିବେ । ଇଏ କିନ୍ତୁ ଲୁଲୁ ସେନା ନୁହେଁ ବରଂ ପ୍ରଦୀପ ସେନା । ହଁ, ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଉଦ୍ୟମରେ ଗଠନ ହୋଇଛି ପ୍ରଦୀପ ସେନା ।
ବିଜେଡିରେ ଏବେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପଲ୍ଲା ଭାରି ! ଦଳରେ ନେତା ଓ କର୍ମୀ ଗୌଣ, SHGଙ୍କୁ ନେଇ ଚାଲିଛି ସମାନ୍ତରାଳ ସଙ୍ଗଠନ ! ଧାମନଗର ଉପନିର୍ବାଚନରେ ବିଜେଡି ଟିକଟ୍ ପାଇଁ ଟଣାଓଟରା ଭିତରେ ବାଜି ମାରି ନେଇଥିଲେ SHG ବ୍ୟାକ୍ଗ୍ରାଉଣ୍ଡରୁ ଆସିଥିବା ଅବନ୍ତୀ ଦାସ ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୩ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
ଧାମନଗରରେ ଚିତ୍ର ସ୍ପଷ୍ଟ, ୨୪ ନିର୍ବାଚନରେ ପ୍ରୟୋଗ ଚର୍ଚ୍ଚା ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି ।
ବିଜେପି ବିରୋଧରେ ବିଜେଡି ଯେଉଁସବୁ ଅଭିଯୋଗ ନେଇ ସିଇଓଙ୍କ ଅଫିସକୁ ଯାଇଛି, ତାର ତଥ୍ୟ ବି ମାଗିଛି ଦଳ।
ଆଜି ମୈଦାନକୁ ଓହ୍ଲାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା।
ଧାମନଗର ଉପ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର କାର୍ଯ୍ୟକ୍ରମ। କଂଗ୍ରେସର ପ୍ରଚାରର ମଙ୍ଗ ଧରିଛନ୍ତି ବିଧାୟକ ସୁର ରାଉତରାୟ।
ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ । ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ ଦ୍ୱାରା ଖୋଲାଖୋଲି ଟଙ୍କା ବଣ୍ଟା ଯାଉଛି ।
ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ ଜୋରଦାର୍ ବିକ୍ଷୋଭ କରିଛି ବିଜେପି ।
ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।
ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।
ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ଶାସକ ଦଳର ମାଳ ମାଳ ମନ୍ତ୍ରୀ, ବିଧାୟକ, ନେତା ସାମିଲ ଅଛନ୍ତି ବୋଲି ଏକ କାର୍ଟୁନ ପୋଷ୍ଟରରେ ଦର୍ଶାଯାଇଛି ।
SHG କୁ ବିଜେଡି ବ୍ୟବହାର କରୁଥିବା ବିରୋଧୀଙ୍କ ଅଭିଯୋଗ ।
ପ୍ରଚାରରେ ଉଠୁଛି ପଡୁଛି ଧାମନଗର । ଲୋକଙ୍କୁ ମୋଦିଙ୍କ ମନ୍ କି ବାତ୍ ଶୁଣାଇଲା ବିଜେପି ।
କିଛି ସମୟ ପାଇଁ ଫରେଷ୍ଟ ପାର୍କ ଅଞ୍ଚଳ ପାଲଟି ଯାଇଥିଲା ରଣକ୍ଷେତ୍ର।
ପ୍ରଥମେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ପାଇଁ ଦାବି କରି ନବୀନ ନିବାସ ଘେରାଉ କରିବାକୁ ବାହାରିଥିଲେ ଛାତ୍ର କଂଗ୍ରେସ କର୍ମୀ । କିନ୍ତୁ ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
ଧର୍ମେନ୍ଦ୍ର ସାହୁ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ଆଜି ଏଭଳି ନିଷ୍ପତ୍ତି ନେଇଛି ଛାତ୍ର କଂଗ୍ରେସ । ପ୍ରତିବାଦ କରିବା ସହ ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ସଂଗଠନ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ପଦାରେ ପଡିଲା ବିଜେଡି କନ୍ଦଳ ।
ଭାଇରାଲ ଅଡିଓକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଯାହାକି ଧାମନଗର ଉପନିର୍ବାଚନକୁ ଅଧିକ ଉଷ୍ଣ କରିଛି ।
ବିଜେଡି ବିରୋଧରେ ECIରେ ଫେରାଦ ହେଲା ବିଜେପି । ସାଇବର ଥାନାରେ ବି ବିଜେପିର ଅଭିଯୋଗ ।
ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?