• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତେଜିଲା SHG କଳି । ମିଶନ ଶକ୍ତିରୁ ମାଇଲେଜ୍ ନେବାକୁ ମୁହାଁମୁହିଁ । ସୁଧ ରିହାତି ପଛରେ ଶ୍ରେୟ ଲଢେଇ । ପୁଣି ବିଜେପି ବନାମ ବିଜେଡି । ପ୍ରଥମେ ଚାଉଳ, ପରେ ଉଡାନ୍ ଆଉ ଏବେ ରାଜନୈତିକ ପଶାପାଲିରେ ମିଶନ୍ ଶକ୍ତି । ଗତକାଲି ୧୨୫ କୋଟି ଟଙ୍କାର ସୁଧ ଛାଡ଼ କାର୍ଯ୍ୟକ୍ରମ କରି ପୁଣି ଥରେ ମହିଳା କାର୍ଡ ଖେଳିଛନ୍ତି ନବୀନ । ଆଉ ଆଜି ତାକୁ କାଉଣ୍ଟର କରି ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ । ମିଶନ ଶକ୍ତିରେ ସୁଧ ଛାଡ଼ ପଛରେ ଶ୍ରେୟ କେନ୍ଦ୍ର ସରକାରଙ୍କର ବୋଲି ଦାବି କରିଛି ଦଳ ।

ଆବାସ, ମାଗଣା ଚାଉଳ ପରି ଏଠି ବି ଯୋଜନା ଚୋରି କରି ରାଜ୍ୟ ସରକାର ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ହିସାବ ଦେଇ ଦଳ କହିଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି, କେନ୍ଦ୍ର ସରକାରଙ୍କ ଦୀନ ଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ । ଜାତୀୟ ଗ୍ରାମୀଣ ଜୀବିକା ମିଶନର କାର୍ଯ୍ୟକ୍ରମ ଯେଉଁଥିରେ ଦେଶର ସମସ୍ତ ଏସଏଚଜିକୁ ନାବାର୍ଡ ପକ୍ଷରୁ ୧୧ ପ୍ରତିଶତ ସୁଧରେ ଋଣ ଯୋଗାଇ ଦିଆଯାଏ । ସେଥିରୁ କେନ୍ଦ୍ର ସରକାର ୭ ପ୍ରତିଶତ ବହନ କରୁଥିବା ବେଳେ ରାଜ୍ୟ ସରକାର ମାତ୍ର ୪ ପ୍ରତିଶତ ବହନ କରିଥାନ୍ତି । ଯେଉଁ ୧୨୫ କୋଟି ଟଙ୍କାର ସୁଧ ଫେରସ୍ତ କଥା ରାଜ୍ୟ ସରକାର କହୁଛନ୍ତି, ସେଥିମଧ୍ୟରୁ କେନ୍ଦ୍ର ୮୮ କୋଟି ଓ ରାଜ୍ୟ ମାତ୍ର ୩୭ କୋଟି ଟଙ୍କା ବହନ କରୁଛନ୍ତି ।

ଏହା ବାଦ୍ ରାଜ୍ୟରେ ପ୍ରାୟ ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ରାଜ୍ୟ ସରକାର ପ୍ରଚାର କରୁଥିବା ବେଳେ ମାତ୍ର ୮୫ ହଜାର ଗ୍ରୁପ୍ କାମରେ ନିୟୋଜିତ ଅଛନ୍ତି । ସେଥିରୁ ପୁଣି ୫୯ ହଜାର ୪୯୪ ଗ୍ରୁପ୍ ରୋଜଗାରକ୍ଷମ ହୋଇପାରିଥିବା ବିଜେପି ଅଭିଯୋଗ କରିଛି । ଏହାର କାଉଣ୍ଟର କରି ବିଜେଡି କହିଛି ଯେଉଁମାନେ କାମ କରନ୍ତି ନାହିଁ ସେମାନେ ଅଭିଯୋଗ ଆଉ ରାଜନୀତି କରନ୍ତି । ସେପଟେ ମହିଳା ଭୋଟ ବ୍ୟାଙ୍କ ପ୍ରସଙ୍ଗରେ ଉଭୟ ଦଳକୁ ଟାର୍ଗେଟ କରିଛି କଂଗ୍ରେସ୍

ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଜୋର୍ ଧରିଛି ଶ୍ରେୟ ରାଜନୀତି । ବିଜେପି ଆଉ ବିଜେଡି ମଧ୍ୟରେ ବଢି ଚାଲିଛି କ୍ରେଡିଟ୍ କଳି । ମାଗଣା ଚାଉଳ ପରି ବିଭିନ୍ନ ସରକାରୀ ଯୋଜନାରେ ବିଜେଡିର ମାଇଲେଜ ପଲିଟିକ୍ସ । ଚେର କାଟିବା ଚକ୍କରରେ ବିଜେପି । ରାଜନୈତିକ ସମୀକ୍ଷକଙ୍କ ମତରେ ୨୪ ନିର୍ବାଚନରେ ନିର୍ଣ୍ଣାୟକ ହୋଇପାରେ ମହିଳା ଭୋଟ୍ । ତେଣୁ ବିଜେଡିର ମହିଳା ଭୋଟ୍ ଭାଙ୍ଗି, ନିଜ ଆଡକୁ ମୋଡିବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: ୬୦ ବିଧାନସଭା ସିଟ୍ ହାତେଇବାକୁ ପଦ୍ମଦଳର ବ୍ଲୁ ପ୍ରିଣ୍ଟ୍

ରାଜ୍ୟରେ ସାଢେ ୬ ଲକ୍ଷ ଏସଏଚଜିରେ ୭୦ ଲକ୍ଷ ସଦସ୍ୟ ଥିବା ନବୀନ ସରକାର ଦାବି କରୁଛନ୍ତି । ଯାହାକୁ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ବୋଲି କହୁଯାଉଛି । ତେଣୁ କେନ୍ଦ୍ର ସରକାର ଦେଉଥିବା ଟଙ୍କାର ହିସାବକୁ ଧରି ମିଶନ ଶକ୍ତି ଶ୍ରେୟ ପଛର ସତକୁ ଗ୍ରାଉଣ୍ଡ ସ୍ତରକୁ ନେବାକୁ ପ୍ରସ୍ତୁତ ହେଉଛି ବିଜେପି ।