• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଛିଡ଼ିବା ବଦଳରେ ବଢୁଛି ଶ୍ରେୟ କଳି । ରାଉରକେଲାକୁ ବିମାନ ଉଡ଼ାଣକୁ ନେଇ ଜୋର ଧରିଲା କ୍ରେଡିଟ୍ ପଲିଟିକ୍ସ । ଶ୍ରେୟ ପ୍ରତିଯୋଗିତାରେ ଆଗରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାପନ ପରେ ଆଜି କେନ୍ଦ୍ରର ବିଜ୍ଞାପନ । ରାଉରକେଲାକୁ ବିମାନ ଉଡ଼ାଇବା ନେଇ କ୍ରେଡିଟ୍ ନେବାକୁ ପ୍ରତିଯୋଗିତା ଗତକାଲି ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମିତିକି ସେଇ ଉଦଘାଟନୀ କାର୍ଯ୍ୟକ୍ରମର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏହା ରାଜ୍ୟ ସରକାରଙ୍କ ହୀନ ମନ୍ୟତା ବୋଲି କହିଥିଲେ ।

ଆଜି କେନ୍ଦ୍ର ସରକାରଙ୍କ ଏ ବିଜ୍ଞାପନକୁ ନେଇ କାଉଣ୍ଟର ଆଟାଟ୍ କରିଛି ବିଜେଡି । କେନ୍ଦ୍ର ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ଲାଗିଲାନି ବୋଲି ପ୍ରଶ୍ନ କରିଛି ଦଳ । ଏହା ସହ କେନ୍ଦ୍ର ସରକାରଙ୍କ ଅନେକ କାର୍ଯ୍ୟକ୍ରମରେ ବିଜେଡି ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ପ୍ରତି ଜବାବରେ ଉଡାନ ସ୍କିମ ସଂପୂର୍ଣ୍ଣ କେନ୍ଦ୍ର ସରକାରଙ୍କର, ତେଣୁ ବିଜ୍ଞାପନରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ପାଲଟା ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ... ।

୨୪ ନିର୍ବାଚନକୁ ଦେଖି ମାଇଲେଜ୍ ନେବାକୁ ଛକାଛକି ଦୁଇ ଦଳ । ଏଇ ଯେମିତି ମାଗଣା ଚାଉଳ ରାଜନୀତି । କେନ୍ଦ୍ର ସରକାର ରାଜ୍ୟର ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବାକୁ ଘୋଷଣା ପରେ ଓଡ଼ିଶାକୁ କେନ୍ଦ୍ର ଦେଉଥିବା ଚାଉଳର କଡ଼ାଗଣ୍ଡା ହିସାବ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଏକାକି ୯୫ ଭାଗ ଦେଉଥିବା ବେଳେ ମାତ୍ର ୩ ଭାଗ ଦେଇ ରାଜ୍ୟ ସରକାର ଚାଉଳର ସଂପୂର୍ଣ୍ଣ ମାଇଲେଜ୍ ନେଉଥିବା ଅଭିଯୋଗ କରିଥିଲେ ।

ସେହିପରି ଭୁବନେଶ୍ୱରରେ ଫିଫା ବିଶ୍ୱକପ୍ ବେଳେ କେନ୍ଦ୍ରର ଫୁଟବଲ୍ ଫର୍ ସ୍କୁଲକୁ ରାଜ୍ୟର ଫୁଟବଲ୍ ଫର ଅଲ୍ କାର୍ଯ୍ୟକ୍ରମ ଭିତରେ ହୋଇଥିଲା ଟକ୍କର । କେବଳ ସେତିକି ନୁହେଁ ରାଜ୍ୟରେ ୫-ଜିର ଶୁଭାରମ୍ଭ ହେଉ କି ଭୁବନେଶ୍ୱର ରେଲୱେ ଷ୍ଟେସନର ନବୀକରଣ ସବୁ କେନ୍ଦ୍ରୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ଅବଦାନର ପାଏ ପାଏର ହିସାବ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜନୈତିକ ସମୀକ୍ଷକଙ୍କ ମତରେ କେନ୍ଦ୍ରୀୟ ସ୍କିମରୁ ବିଜେଡିର ମାଇଲେଜ୍ ପଲିଟିକ୍ସର ଚେର କାଟିବା ଉପରେ ଏବେ ବେଶି ଗୁରୁତ୍ୱ ଦେଉଛି ବିଜେପି... । ତେବେ ବିଜେଡି-ବିଜେପିର ଶ୍ରେୟ କଳି ଆଗକୁ କେଉଁ ମୋଡ ନେଉଛି ତା ଉପରେ ନଜର ।