• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀ ରାଜରାସ୍ତାରେ ବିଜେପି ଓ ଆମ ଆଦମୀ ପାର୍ଟିର କର୍ମୀ ମୁହାଁମୁହିଁ । MCD ମେୟର ନିର୍ବାଚନ ବେଳେ ଆପ୍ ସଦସ୍ୟଙ୍କ ହିଂସା ଘଟଣାକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଆଗରେ ବିଜେପି କର୍ମୀ ଆନ୍ଦୋଳନ କରିଛନ୍ତି । ଗୁଣ୍ଡାଗର୍ଦ୍ଦି କରିଥିବା ଆପର କାଉନସିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ଆନ୍ଦୋଳନ ଚଳାଇଛି ବିଜେପି ।

ଅନ୍ୟପଟେ ଏହି ଘଟଣାରେ ହିଂସା ଘଟାଇଥିବା ଆପ୍ କାଉନସିଲକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଉପରାଜ୍ୟପାଳଙ୍କୁ ଜଣାଇବ ବୋଲି ବିଜେପି କହିଛି । କେଜ୍ରିୱାଲଙ୍କ ଘର ଆଗରେ ବିଜେପିର ଆନ୍ଦୋଳନ ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ପାଣି ମାଡ଼ କରିଥିଲା ପୋଲିସ । ସେପଟେ ନିର୍ବାଚିତ ପ୍ରତିନିଧିଙ୍କ ପୂର୍ବରୁ ମନୋନୀତ ପ୍ରତିନିଧିଙ୍କ ଶପଥ ପାଠକୁ ବିରୋଧ କରି ଆପ୍ ମଧ୍ୟ ଆନ୍ଦୋଳନ ଚଳାଇଛି ।

ଅଧିକ ପଢ଼ନ୍ତୁ: କନ୍‌ମ୍ୟାନ୍‌ ସୁକେଶଙ୍କ ବଡ଼ ବୟାନ; କେଜ୍ରିୱାଲଙ୍କ ଆପ୍‌ ନେଇଛି ୬୦ କୋଟି ଟଙ୍କା

ଗତ ଶୁକ୍ରବାର MCD ମେୟର ନିର୍ବାଚନ ବେଳେ ହିଂସା ଘଟାଇଥିଲେ ଆପ୍ ସଦସ୍ୟ । MCDର ୨୫୦ ସିଟ୍ ମଧ୍ୟରୁ ଆମ ଆଦମୀ ପାର୍ଟିରୁ ୧୩୪ କାଉନସିଲର ନିର୍ବାଚିତ ହୋଇଛନ୍ତି, ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଛି ।