/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673507428.jpg)
Aparajita Sarangi
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା କୁ ମିଳିଲା ୯ ଲକ୍ଷ ୫୯ ହଜାର ଘର। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶା ପାଇଁ ମଂଜୁର ହୋଇଥିବା ମୋଟ ୯ ଲକ୍ଷ ୫୯ ହଜାର ଘର ଭିତରୁ ଫନି ବାତ୍ୟା ପୀଡ଼ିତଙ୍କ ପାଇଁ ୧ ଲକ୍ଷ ୪୨ ହଜାର ଘର ମଂଜୁର ହୋଇଛି ।
ଏଥିପାଇଁ ମୋଟ ୯ ଲକ୍ଷ ୫୯ ହଜାର ଘର ପାଇଁ ୭ ହଜାର ୨୫୦ କୋଟି ଟଙ୍କା ମଂଜୁର କରିଛନ୍ତି କେନ୍ଦ୍ର ସରକାର। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୦ ହଜାର ୧୪୭ ଘର ମିଳିଛି। ଘର ନିର୍ମାଣ ପାଇଁ ରାଜ୍ୟ ସରକାର ଶୀଘ୍ର କାର୍ଯ୍ୟାଦେଶ ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା। ଫେବ୍ରୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
#ଓଡ଼ିଶାକୁ_ମିଳିଲା_୯ଲକ୍ଷ_୫୯_ହଜାର_PMAY_ଘର
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ସାଂସଦ ଅପରାଜିତାଙ୍କ ସୂଚନା । ଓଡ଼ିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଂଜୁର ହୋଇଥିବା କହିଲେ । ପ୍ରେସମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା । ମୋଟ ୯.୫୯ ଲକ୍ଷ ଘର ଭିତରୁ ଫନୀ ପୀଡ଼ିତଙ୍କ ପାଇଁ ୧.୪୨ ଲକ୍ଷ #AparajitaSarangi#OTVpic.twitter.com/czQHm69qZM— ଓଟିଭି (@otvkhabar) January 12, 2023
ଏହାଛଡ଼ା NH ୧୬ ସହ ସମାନ୍ତରାଳ ଭାବେ ରାମେଶ୍ୱର ଠାରୁ କଟକ, ଆଠଗଡ଼ ଓ ଭୁବନେଶ୍ୱର କୁ ଯୋଡ଼ାଯିବ । ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହେବ । ଏଥିପାଇଁ ୬ ହଜାର ୪୭୮ କୋଟି ଟଙ୍କା କେନ୍ଦ୍ର ଦେଉଛି । ରାଜ୍ୟ ସରକାର ଜମି ଅଧିଗ୍ରହଣ ଶୀଘ୍ର କରନ୍ତୁ ବୋଲି ସେ କହିଛନ୍ତି ।
#ଅପରାଜିତାଙ୍କ_ପ୍ରେସମିଟ୍
ଆମ ସମସ୍ତଙ୍କ ଲକ୍ଷ୍ୟ ଗୋଟିଏ ହେଉ; ଅପରାଜିତା ଷଡ଼ଙ୍ଗୀ#AparajitaSarangi#PressMeet#Bhubaneswar#OTV#otvupdatepic.twitter.com/xObMcSfAG0— ଓଟିଭି (@otvkhabar) January 12, 2023
ସେହିପରି ଖୋର୍ଦ୍ଧା ବାଇପାସ ନିର୍ମାଣ ପାଇଁ ୧୫୭ କୋଟି କେନ୍ଦ୍ର ଦେଉଛି । ଫେବ୍ରୁଆରୀ ସୁଦ୍ଧା କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଗ୍ୟାସ୍ ପାଇପ୍ ଲାଇନରେ ଭୁବନେଶ୍ୱରର ୫୦ ହଜାରରୁ ଅଧିକ ଘରକୁ ସଂଯୋଗ ପାଇଁ କାମ ଆରମ୍ଭ ହେବ । କେନ୍ଦ୍ର ସରକାର ବିକାଶ ପାଇଁ ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ମନିଟରିଂ କରି ଲୋକଙ୍କ ବିକାଶ କରନ୍ତୁ ବୋଲି କହିଛନ୍ତି ଅପରାଜିତା ... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)