• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ମାଗଣା ଚାଉଳ ବ୍ରାଣ୍ଡିଂ ପ୍ରସଙ୍ଗରେ ଥମୁନି ରାଜନୀତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଓଡ଼ିଶା ର ୯୩ ଲକ୍ଷ ପରିବାରଙ୍କୁ ୨୦୧୩ ଖାଦ୍ୟ ନିରାପତ୍ତା ଆଇନ ଅନୁଯାୟୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସଂପୂର୍ଣ୍ଣ ମାଗଣାରେ ଚାଉଳ ଦିଆଯିବ । ୨୦୨୦-୨୧ ତଥ୍ୟ ଅନୁଯାୟୀ ଏକ କେଜି ଚାଉଳର ଦାମ ୩୨ ଟଙ୍କା ୯୧ ପଇସା ଥିବା ବେଳେ, କେନ୍ଦ୍ର ଦେଉଥିଲା ୨୯ ଟଙ୍କା, ରାଜ୍ୟ ମାତ୍ର ୨ ଟଙ୍କା ୭୬ ପାଇସା ଏବଂ ହିତାଧିକାରୀ ଦେଉଥିଲେ  ୧ ଟଙ୍କା ।

ହିତାଧିକାରୀଙ୍କୁ ଭ୍ରମିତ କରି ଚାଉଳର ସିଂହ ଭାଗ ଦେଉଥିବା କହୁଥିଲେ ରାଜ୍ୟ ସରକାର । ଏବେ ହିତାଧିକାରୀ ସଂପୂର୍ଣ୍ଣ ମାଗଣାରେ ଚାଉଳ ପାଇବେ । କେନ୍ଦ୍ର ସରକାର ୩ କୋଟି ୨୪ ଲକ୍ଷ ଲୋକଙ୍କୁ ଚାଉଳ ଦେବାକୁ ଥିବା ବେଳେ, ରାଜ୍ୟ ସରକାର ମାତ୍ର ୯ ଲକ୍ଷଙ୍କୁ ଚାଉଳ ଦେବେ । ଯେହେତୁ ରାଜ୍ୟ ସରକାର ଲୋକଙ୍କ ଭ୍ରମିତ କରି ରଖିଛନ୍ତି, ଏଣୁ ଚାଉଳ କିଏ ଦେଉଛି ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା ।

ଅଧିକ ପଢ଼ନ୍ତୁ: ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ବିଜେଡି କହିଛି, ଚାଉଳ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଅଯଥାରେ ବ୍ରାଣ୍ଡିଂ କରି ବିଜେପି ପଲିଟିକାଲ ମାଇଲେଜ ନେବାକୁ ଚେଷ୍ଟା କରୁଛି । କଂଗ୍ରେସ କହୁଛି କେନ୍ଦ୍ର ସରକାର ଯଦି ମାଇଲେଜ ଚାହୁଁଛି, ନେଉ କିନ୍ତୁ ଗରିବଙ୍କ ପାଇଁ ଚାଉଳ ଶୀଘ୍ର ବଣ୍ଟନ କରାଯାଉ ।