/odishatv-khabar/media/post_attachments/uploadimage/library/16_9/16_9_0/Bolangir_1673503709.jpg)
Bolangir
କଣ୍ଟାବାଂଜି ବିଧାୟକ-ବଲାଙ୍ଗିର ଜିଲ୍ଲାପାଳ ମୁହାଁମୁହିଁ । ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ହଙ୍ଗାମା କରିଛନ୍ତି । ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଆସୁଥିବା ବିଭିନ୍ନ ଯୋଜନାର ଅନୁଦାନ କଟାଯାଉଥିବା ଅଭିଯୋଗ କରି ହଙ୍ଗାମା କରିଛନ୍ତି ବିଧାୟକ ସାଲୁଜା । ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲରେ ଚାଲିଥିବା ଜିଲ୍ଲା ପରିଷଦ ବୈଠକରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଏ ପ୍ରସଙ୍ଗରେ କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜିଲ୍ଲା ପରିଷଦ ବୈଠକ ତିନି ମାସରେ ଥରେ ହେବାର କଥା, କିନ୍ତୁ ଶେଷ ଥର ପାଇଁ ୧୮/୦୬/ ୨୦୨୨ରେ ବିଳମ୍ବରେ ହୋଇଥିଲା । ଆଉ ସେବେ ଠାରୁ କୌଣସି ମିଟିଂ ହୋଇନଥିଲା । ଆଜି ଦୀର୍ଘ ୭ ମାସ ପରେ ହେଉଛି ଏହି ବୈଠକ ।
ବଲାଙ୍ଗିର ଜିଲ୍ଲାପାଳ ନିଜ ଅନୁସାରେ ଶାସନ ଚଳାଇଛନ୍ତି । ତାଙ୍କ ହିସାବରେ ସେ ପ୍ରୋଜେକ୍ଟ ଦେଉଛନ୍ତି । ଯେଉଁ ପ୍ରୋଜେକ୍ଟ ଲୋକଙ୍କ ସ୍ୱାର୍ଥରେ ଲାଗିବା କଥା, ସେ ନିଜ ଇଚ୍ଛାରେ କାର୍ଯ୍ୟରେ ଲଗାଉଛନ୍ତି । ଲୋକ ପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି । ଏଠି ବ୍ୟୁରୋକ୍ରାଟିକ୍ ଶାସନ ଚାଲିଛି । ତେବେ ଏପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)