• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୨୪ ନିର୍ବାଚନ ପୂର୍ବରୁ ପୁଣିଥରେ ବିଜେଡି ଫୋକସ୍‌ରେ ଯୁବ ଭୋଟର । ହକି ଆଢୁଆଳରେ ଯୁବ ବର୍ଗ ଉପରେ ଦଳର ନଜର । ୟୁଥ ମାସ୍‌ଙ୍କ ଭରସା ଜିତିବା ଲାଗି ବିଜେଡିର ପ୍ରୟାସ । ହକିକୁ ଦୃଷ୍ଟିରେ ରଖି ଗ୍ରାମସଭା ଆୟୋଜନ କରି ପ୍ରଚାର ପ୍ରସାର କରାଯାଉଛି । ବିରୋଧୀ ଏ କଥା ଏଥିଲାଗି ଉଠାଉଛନ୍ତି ଯେ, ୨୦୧୯ ନିର୍ବାଚନ ପୂର୍ବରୁ ଶାସକ ଦଳ ସ୍ପୋର୍ଟସ ଷ୍ଟ୍ରାଟେଜି ବ୍ୟବହାର କରି ବିଜୁ ଯୁବ ବାହିନୀ ଗଠନ କରିଥିଲା । ଏପରିକି ପଂଚାୟତ ସ୍ତରରେ ବିଭିନ୍ନ କ୍ଳବ୍ ଜରିଆରେ କ୍ରୀଡ଼ା ଉପକରଣ ବଣ୍ଟା ଯାଇଥିଲା । ଯେଉଁଥିରେ ବହୁ ଯୁବ ଭୋଟରଙ୍କୁ ଆତ୍କୃଷ୍ଟ କରିଥିଲା ଦଳ ।

ଠିକ୍ ସେହିପରି ୨୦୨୪ ନିର୍ବାଚନ ପୂର୍ବରୁ ଦଳ ସମାନ ଷ୍ଟ୍ରାଟେଜି ଆପଣାଇଥିବା ଚର୍ଚ୍ଚା ହେଉଛି । ହକିକୁ ପଞ୍ଚାୟତ ସ୍ତରରେ ପ୍ରଚାର କରାଯାଉଛି, ତାସହ ପ୍ରତି ବ୍ଲକ୍‌ରେ ମିନି ଷ୍ଟାଡିୟମ ପ୍ରତିଷ୍ଠା ବି କରାଯାଉଛି । କାରଣ ବିଜେଡିର ବଡ଼ ଭୋଟ୍ ବ୍ୟାଙ୍କ ହେଉଛି ମହିଳା ଭୋଟ । ମାତ୍ର ଯୁବ ବର୍ଗ ବିଜେପି ପ୍ରତି ଆକୃଷ୍ଟ ହେଉଥିବା କୁହାଯାଉଛି । ସେଥିଲାଗି କ୍ରୀଡା ମାଧ୍ୟମରେ ଯୁବକ ଓ ନୂଆ ଭୋଟରଙ୍କ ପାଖରେ ପହଞ୍ଚିବାକୁ ବିଜେଡି ପ୍ରୟାସ କରୁଛି । ତେବେ ଏହି ମିଶନରେ ଶାସକ ଦଳ ସଫଳ ହେବନି ବୋଲି କହିଛି ବିଜେପି । କଂଗ୍ରେସ କହିଛି ଏଭଳି ଭେଳିକିରେ ଯୁବଗୋଷ୍ଠୀ ଆଦୌ ବିଶ୍ୱାସ କରିବେ ନାହିଁ । ବିଜେଡି କହିଛି ବିରୋଧୀ ଦଳ ୟଙ୍ଗ ମାସ୍‌ଙ୍କଙ୍କ ଖୁସିକୁ ହଜମ କରିପାରୁନାହାଁନ୍ତି  ।

ଅଧିକ ପଢ଼ନ୍ତୁ: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ଭୋଟର ସଂଖ୍ୟା ହେଉଛି ୩ କୋଟି ୨୩ ଲକ୍ଷ ୪୯ ହଜାର ୩୪୧ । ଯେଉଁଥିରୁ ନୂଆ ଭୋଟର ହେଲେ ୫ ଲକ୍ଷ ୯୪ ହଜାର ୬୧୩ । ଗତ ବର୍ଷ ୧୮ ରୁ ୧୯ ବର୍ଷିୟ ଭୋଟରଙ୍କ ସଂଖ୍ୟା ଥିଲା ୨ଲକ୍ଷ ୧୦ ହଜାର ୨୬୮ । ଏବର୍ଷ ଏହି ସଂଖ୍ୟା ଦୁଇ ଗୁଣ ଅଧିକ ବଢି ୪ଲକ୍ଷ ୪୬ ହଜାର ୭୭୯ ରେ ପହଞ୍ଚିଛି । ଏଇ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଆପଣାଇଛି ନୂଆ ଫଣ୍ଡା । ଯାହାର ପ୍ରମୁଖ ମାଧ୍ୟମ ସାଜିଛି ହକି ଏବଂ ଅନ୍ୟାନ୍ୟ କ୍ରୀଡ଼ା ।

ସେପଟେ କିନ୍ତୁ ରାଜ୍ୟ ରେ ବେକାରୀ ସମସ୍ୟା ଉତ୍କଟ । ବିଧାନସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ମୋଟ୍ ୮ଲକ୍ଷ ୮୦ ହଜାର ୧୭୫ ଜଣ ଏମ୍ପ୍ଲୋୟମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରିଛନ୍ତି । କେବଳ କ୍ରୀଡ଼ାକୁ ପ୍ରୋତ୍ସାହନ ନୁହେଁ, ନିଯୁକ୍ତି କ୍ଷେତ୍ରରେ ସରକାର ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ନିଯୁକ୍ତି ଆଶାୟୀ ମାନେ ଦାବି କରିଛନ୍ତି ।

ମହିଳା ପରେ ଏବେ ଯୁବ ବର୍ଗଙ୍କୁ ଟାର୍ଗେଟ୍ କରୁଛି ବିଜେଡି । ୨୪ ନିର୍ବାଚନ ପୂର୍ବରୁ ସବୁ ବର୍ଗର ଭୋଟରଙ୍କୁ ମନେଇବା ଲାଗି ବିଜେଡିର ସ୍ପୋର୍ଟସ ଷ୍ଟ୍ରାଟେଜି କେତେ କାମ ଦେଉଛି ତାଉପରେ ନଜର ।