• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରଲୋକରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧି ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶରଦ ଗତକାଲି ଆହୁରି ଗୁରୁତର ହୋଇପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ମେଡିକାଲକୁ ଅଣାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ରାତି ୧୦ଟା ୧୯ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପେଶାରେ ଜଣେ ଇଞ୍ଜିନିୟର ଭାବେ ଜଣାଶୁଣା ଶରଦ ଯାଦବ ରାମ ମୋହନ ଲୋହିଆଙ୍କ ସମାଜବାଦ ନୀତିରେ ଅନୁପ୍ରାଣିତ ହୋଇଥିଲେ ଓ ୧୯୭୪ରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜେପି ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ ଶରଦ ଯାଦବ । ସେ ୭ ଥର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ସେହିପରି ଜେଡିୟୁରୁ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ । ୧୯୯୭ରେ ଜନତା ଦଳର ଅଧ୍ୟକ୍ଷ ଥିଲେ । ଶରଦ ଯାଦବ ଶରଦ ଗଢ଼ିଥିବା ଲୋକତାନ୍ତ୍ରିକ ଜନତା ଦଳ ୨୦୨୦ ମସିହାରେ ଲାଲୁ ଯାଦବଙ୍କ ଆରଜେଡି ସହ ମିଶିଯାଇଥିଲା ।

ଶରଦଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ବିହାର ଉପମୁଖ୍ୟମନ୍ତ୍ରୀ ତେଜଶ୍ୱୀ ଯାଦବ ଟ୍ୱିଟ୍‌ କରି ଶୋକବ୍ୟକ୍ତ କରିଛନ୍ତି ... ।