Advertisment

ପଛୁଆବର୍ଗଙ୍କ କଥା ଭୁଲିଗଲେ କି ରାଜ୍ୟ ସରକାର?

ବିଜେପି କହିଛି ଏହା ସରକାରଙ୍କ ଓବିସି ପ୍ରତି ବୈମାତୃକ ମନୋଭାବ।

author-image
Chandan Shishu
ଅଦ୍ୟତନ ହୋଇଛି
OBC Reservation In Odisha

OBC Reservation In Odisha

କେବେ ଓଡିଶାରେ ପଛୁଆ ବର୍ଗ ପାଇବେ ନ୍ୟାୟ? କେବେ ଜଣାପଡିବ ରାଜ୍ୟରେ ପଛୁଆ ବର୍ଗଙ୍କ ପ୍ରକୃତ ସଂଖ୍ୟା? ଜାତି ଭିତ୍ତିକ ଜନଗଣନା ପାଇଁ ଘୋଷଣା କରି କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର? ବିହାରରେ ଜାତିଭିତ୍ତିକ ଜନଗଣନା ଆଜିଠୁ ଆରମ୍ଭ ହେବା ପରେ ତାକୁ ନେଇ ରାଜ୍ୟ ରାଜନୀତି ସରଗରମ କାଷ୍ଟ ସେନ୍ସସ ପାଇଁ କେନ୍ଦ୍ରର ଅଗ୍ରାହ୍ୟ ପରେ ପଛୁଆ ବର୍ଗଙ୍କ ପାଇଁ ଦରଦ ଦେଖାଇ ଆଗକୁ ଆସିଥିଲା ବିଜେଡି ସରକାର। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ନିଜେ ଜାତିଭିତ୍ତିକ ଜନଗଣନା ପାଇଁ ଘୋଷଣା କରିଥିଲେ।

Advertisment

ଏନେଇ ସେପ୍ଟେମ୍ବର ୨୦୨୧ରେ ବିଧାନସଭାରେ ଏକ ସଙ୍କଳ୍ପ ମଧ୍ୟ ପାରିତ ହେଲା। ରାଜ୍ୟରେ ଓବିସି କମିଶନ ମାଧ୍ୟମରେ ହେବ ସର୍ଭେ। ୨୦୨୧ ମେରୁ ଏହି ସର୍ଭେ ଆରମ୍ଭ ହୋଇ ଜୁନ ୧୧ରେ ସରିବ ପାଇଁ ସ୍ଥିର ହୋଇଥିଲା। ଏଥି ପାଇଁ ପ୍ରଶିକ୍ଷଣ ସହ ଫର୍ମ ମଧ୍ୟ ପ୍ରସ୍ତୁତ ହୋଇଥିଲା। ହେଲେ ତାପରେ ଯେମିତି ଏ ନିଷ୍ପତ୍ତି ଶୀତଳ ଭଣ୍ଡାରରେ  କୋଭିଡ୍ ମହାମାରୀ ପାଇଁ ଏହି ପ୍ରକ୍ରିୟା ସାମୟିକ ବନ୍ଦ ଥିବା କହିଥିଲେ ସରକାର ହେଲେ ଏବେ ପର୍ଯ୍ୟନ୍ତ ମଧ୍ୟ ସର୍ଭେ ଆରମ୍ଭ ନହେବାକୁ ନେଇ ଖପ୍ପା ପଛୁଆ ବର୍ଗ।

ଏହି ପ୍ରସଙ୍ଗରେ ଖାଲି ପଛୁଆ ବର୍ଗ ନୁହେଁ ବିରୋଧୀ ମଧ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ବିଜେପି କହିଛି ଏହା ସରକାରଙ୍କ ଓବିସି ପ୍ରତି ବୈମାତୃକ ମନୋଭାବ, ଆଗକୁ ଏହା ବିରୋଧରେ ଜନ ଜାଗରଣ ତିଆରି କରିବୁ। ଅନ୍ୟ ପଟେ କଂଗ୍ରେସ କହିଛି ନିର୍ବାଚନ ଆସିଲେ ବିଜେଡି ଆଉ ବିଜେପିର ଓବିସି କଥା ମନେ ପଡେ। ଜବାବରେ ବିଜେଡି କହିଛି ପଛୁଆ ବର୍ଗଙ୍କ ପାଇଁ ସରକାର ଚିନ୍ତିତ, ଏନେଇ ସରକାରୀ ପ୍ରକ୍ରିୟା ଚାଲୁ ରହିଛି। 

Advertisment

ରାଜ୍ୟରେ ପ୍ରାୟ ୨୦୮ ପଛୁଆ ଜାତି ରହିଥିବା ବେଳେ ସୂଚନା ଅନୁସାରେ ଏହାରି ଭିତରେ ଆଉ ୨୦ ଜାତିଙ୍କୁ ଚିହ୍ନଟ କରିଛି। ଓବିସି କମିଶନ ତଥ୍ୟ ଅନୁସାରେ ରାଜ୍ୟରେ ୫୪ ପ୍ରତିଶତ ପଛୁଆ ବର୍ଗ ରହିଛନ୍ତି। ସର୍ଭେ ନହେବାରୁ ପ୍ରକୃତ ତଥ୍ୟ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତିରେ ସଂରକ୍ଷଣରୁ ବଞ୍ଚିତ ହେଉଛନ୍ତି ଏହି ବର୍ଗ। ଏମିତି କି ତଥ୍ୟ ନଥିବାରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ସଂରକ୍ଷଣ ଅଧିକାରରୁ ବଞ୍ଚିତ ହୋଇଥିଲେ କେନ୍ଦ୍ର ନିକଟରେ ବିହାର, ମହାରାଷ୍ଟ୍ର ଏବଂ ଓଡ଼ିଶା କାଷ୍ଟ ସେନସସ ପାଇଁ ଦାବି କରିଥିଲେ। ପୂର୍ବରୁ ମହାରାଷ୍ଟ୍ର ଜାତି ଭିତ୍ତିକ ଜନଗଣନା କରିଥିବା ବେଳେ ଆଜିଠୁ ଆରମ୍ଭ କରିଛି ବିହାର। ଓଡିଶା କେବେ କରୁଛି ତାଉପରେ ନଜର।

(ବାରିପଦାରୁ ମାଣିକ ଲାଲ, ଭୁବନେଶ୍ୱରରୁ ଜଗଦୀଶ ଦାସ ଓ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

OBC Reservation In Odisha BJP
Advertisment
Advertisment