ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।
୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି ।
ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି।
ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି ନେଇ ମସୁଧା । ତାହା ପୁଣି ନଗର ଉନ୍ନୟନ ବିଭାଗରେ । ନଗର ଉନ୍ନୟନ ବିଭାଗର ରିଜୋଲେସନ୍କୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି ।
ଗାଁଖାଲି ଖାଲି.. ଦୂଆରେ ଦୂଆରେ ତାଲା..। ଯାହାଙ୍କ ଘର ଖୋଲା, ବୁଢ଼ାବୁଢ଼ୀ, ଛୁଆ ପିଲାଙ୍କୁ ଛାଡ଼ି ଦେଲେ, ସେ ଘରୁ ଦାଦନରେ ମୁଖିଆ ନହେଲେ ଭେଣ୍ଡିଆ । ଠିକଣା-ସୁରତ, ଚେନ୍ନାଇ ନହେଲେ ବାଙ୍ଗାଲୋର । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଡି. ନୂଆପାଲି ଗାଁରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଆଜିର ନୁହେଁ ବର୍ଷ ବର୍ଷର ।
ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ ।
ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ ।
କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।
କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।
ହଠାତ୍ ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କାହିଁକି କରାଗଲା ତୁଳନା ? କ’ଣ ରହିଛି ରହସ୍ୟ ?
'ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ': ବିଜୟ ପଟ୍ଟନାୟକ
କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।
ସେମାନଙ୍କୁ ସଙ୍ଗଠିତ କରି ରଖିବା ଲାଗି ନେତା ଓ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ
ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।
ଅତାବିରାରେ ବିଜେଡିର ବାଜିମାତ୍ । ବରଗଡ଼ର ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍ । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ବିଦେଶୀ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବାବେଳେ ବିଜୟ, ସରକାରଙ୍କୁ ପଚାରିଛନ୍ତି ୧୦ ଟି ପ୍ରଶ୍ନ ।
ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।
କାହିଁକି ରାଜ୍ୟକୁ ଆସୁନି ବିଦେଶୀ ପୁଞ୍ଜି? ମେକ୍ ଇନ୍ ଓଡ଼ିଶା ଆୟୋଜନ ଖର୍ଚ୍ଚଠୁ ବି ନିବେଶ କମ୍ । ଅବହେଳିତ ଓଡ଼ିଆ ନିବେଶକ ଆଉ ଶିଳ୍ପପତି ।
ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ହେବାକୁ ଯାଉଛି ସୋସିଆଲ ମିଡିଆ ୱାର୍ । ବିଜେପିର ସାଇବର ଆର୍ମିକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଆରମ୍ଭ ହୋଇଛି ଦଳର ସୋସିଆଲ ମିଡିଆ ଟ୍ରେନିଂ । ସେପଟେ ବିଜେପି କହିଛି ଲୋକମାନେ ବିଜେଡିକୁ ଦୂରେଇ ଦେଲେଣି । ନିଜର ଭାବମୂର୍ତ୍ତି ରକ୍ଷା ଲାଗି ଏହି ପ୍ରୟାସ ।
କୋଟିଆକୁ ନେଇ ତୀବ୍ର ହେଉଛି ବିବାଦ । ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ପରେ ତେଜିଛି ରାଜନୀତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା, ଏହି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଧର୍ମେନ୍ଦ୍ରକୁ ଅପିଲ୍ କରିଥିବା ବେଳେ ବିଜେପି ତାର ଦୃଢ ଜବାବ ଦେଇଛି । ସେପଟେ କୋଟିଆ ଗସ୍ତରୁ ଫେରିବା ପରେ ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର କୋଟିଆ ପ୍ରତି ଅବହେଳା କରିଛନ୍ତି ।
ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ ।
କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।
ବିଜେଡି ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ପରେ ତେଜିଲା ରାଜନୀତି । କୋଟିଆରୁ ଫେରିବା ପରେ ବିଜେପି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।