• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋଟିଆକୁ ନେଇ ତୀବ୍ର ହେଉଛି ବିବାଦ । ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ପରେ ତେଜିଛି ରାଜନୀତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା, ଏହି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଧର୍ମେନ୍ଦ୍ରକୁ ଅପିଲ୍ କରିଥିବା ବେଳେ ବିଜେପି ତାର ଦୃଢ ଜବାବ ଦେଇଛି । ସେପଟେ କୋଟିଆ ଗସ୍ତରୁ ଫେରିବା ପରେ ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର କୋଟିଆ ପ୍ରତି ଅବହେଳା କରିଛନ୍ତି ।

ବିଜେଡିବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ପରେ ତେଜିଲା ରାଜନୀତି । କୋଟିଆରୁ ଫେରିବା ପରେ ବିଜେପି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । କୋଟିଆକୁ ରାଜ୍ୟ ସରକାର ଅବହେଳା କରୁଥିବା କହିବା ସହ କୋଟିଆବାସୀ ଆନ୍ଧ୍ର ମୁହାଁ ହେଉଥିବା ଅଭିଯୋଗ କରିଛନ୍ତି । ଆନ୍ଧ୍ର ସରକାର ୨୫ଶହ ଟଙ୍କା ଭତ୍ତା ଦେବା, ବିଜୁଳି ଓ ରାସ୍ତା ନିର୍ମାଣ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକେ ଘର ନପାଇବା ଯୋଗୁଁ ଆନ୍ଧ୍ରପ୍ରଦେଶ ଆଡକୁ କୋଟିଆବାସୀ ଢଳୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

ଅଧିକ ପଢ଼ନ୍ତୁ: କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାରେ ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

ଆନ୍ଧ୍ର, ଓଡିଶାର ୧୦ କିଲୋଟମିଟର ଭିତରକୁ ପଶିଆସିଛିବୋଲି କହିବା ସହ ସେଠାରେ କ’ଣ 5T କାମ କରୁନି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ସନତାନ ବିଜୁଳି । ସେପଟେ ରାଜସ୍ୱ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର କୋଟିଆ ବିବାଦର ସମାଧାନ କରନ୍ତୁ । ରାଜ୍ୟ ସରକାର ସେଠାରେ ବିକାଶ କରିଛନ୍ତି ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନାରାକୁ ବିରୋଧ କରିଛନ୍ତି ଆନ୍ଧ୍ର ସରକାର । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏହି ମନ୍ତବ୍ୟକୁ ସେ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା । ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ସପକ୍ଷରେ ବାହାରିଛି ବିଜେପି । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି ସମର୍ଥନ ନକରି ସମାଲୋଚନା କରିବାକୁ ବିଜେପି ନିନ୍ଦା କରିଛି । ବିଜେଡି ନେତା ଆନ୍ଧ୍ରର ଭାଷା କହୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି ।

କୋଟିଆ ବିବାଦ ନୂଆ ନୁହେଁ । ଏହାର ସ୍ଥାୟୀ ସମାଧାନ ହେଉନଥିବାରୁ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି ।

ନରାୟଣ ପାଟଣାରୁ ପି. ଗୋବିନ୍ଦରାଜୁ ସୁବୁଦ୍ଧି, ନବରଙ୍ଗପୁରରୁ ନବଘନ ବିଷୋୟୀ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି