• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାହୁଲ ଗାନ୍ଧିଙ୍କ ସାଂସଦ  ପଦ ରଦ୍ଦ ହେବା ପରେ ସାରା ଦେଶରେ ଏହାକୁ ନେଇ କଂଗ୍ରେସ ଦଳ ଆନ୍ଦୋଳନ କରୁଛି । ରାହୁଲ ଗାନ୍ଧିଙ୍କୁ ଜାଣିଶୁଣି ଏମିତି କରାଯାଇଛି ବୋଲି ଦଳ ଅଭିଯୋଗ କରୁଛି । ରାହୁଲ ଗାନ୍ଧି ଙ୍କୁ ଡରି ବିଜେପି ଏଭଳି ପଦକ୍ଷେପ ନେଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଉଛି । ହେଲେ ବିଜେପି ଏଭଳି ଅଭିଯୋଗକୁ ଖଣ୍ଡନ କରି ଚାଲିଛି ।

କଂଗ୍ରେସର ଏହି ଆନ୍ଦୋଳନ ଚାଲିଥିବା ବେଳେ ଛତିଶଗଡ଼ ରାଜିମ୍‌ର କଂଗ୍ରେସ ବିଧାୟକ ଅମିତେଶ ଶୁକ୍ଲା, ରାହୁଲ ଗାନ୍ଧିଙ୍କୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଆଧୁନିକ ଭାରତର ମହାତ୍ମା ଗାନ୍ଧି ହେଉଛନ୍ତି ରାହୁଲ ଗାନ୍ଧି । ଶ୍ରୀ ଶୁକ୍ଲା ଯିଏ କି ୨୦୧୮ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ଭୋଟରେ ଜିତି ବିଧାୟକ ହୋଇଛନ୍ତି, ସେ କହିଛନ୍ତି ମହାତ୍ମା ଗାନ୍ଧିଙ୍କ ସହ ରାହୁଲ ଗାନ୍ଧିଙ୍କ ଅନେକ ସାମଞ୍ଜସ୍ୟ ରହିଛି ।

ଅଧିକ ପଢ଼ନ୍ତୁ: ରାହୁଲଙ୍କ ପାଇଁ ଚାଲିଥିଲା ରାଲି, ମଞ୍ଚ ଭୁଶୁଡ଼ି ଦୁଇ ବିଧାୟକ ଓ ନେତା ଆହତ

ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧି ଏବେ ଭାରତ ଯୋଡ଼ୋ ଯାତ୍ରା କରିଥିବା ବେଳେ ମହାତ୍ମା ଗାନ୍ଧି ସେତେବେଳେ ଦାଣ୍ଡି ଯାତ୍ରା କରିଥିଲେ । ଶ୍ରୀ ଶୁକ୍ଲା ରାହୁଲ ଗାନ୍ଧିଙ୍କୁ ରାଷ୍ଟ୍ରୀୟ ପୁତ୍ର ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଯାହା କହୁଛି ଭାବି ଚିନ୍ତି କହୁଛି । ମୁଁ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରୁ ଆସିଛି । ମୋ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ । ମୁଁ ମୋ ବାପା ଓ ଦାଦାଙ୍କଠାରୁ ଯାହା ସବୁ ରାହୁଲ ଗାନ୍ଧିଙ୍କ ବିଷୟରେ ଶୁଣିଛି ତାକୁ ନେଇ ଯଦି ମୁଁ ତୁଳନା କରିବି ତେବେ ମହାତ୍ମା ଗାନ୍ଧିଙ୍କ ଅନେକ ଗୁଣ ସହ ରାହୁଲ ଗାନ୍ଧିଙ୍କ ଗୁଣ ମିଶୁଛି ।

ଶ୍ରୀ ଶୁକ୍ଲା ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ସାକ୍ଷାତକାର ଦେବା ବେଳେ ଆହୁରି କହିଛନ୍ତି ଯେ, ମହାତ୍ମା ଗାନ୍ଧି ଚାହିଁଥିଲେ ସେତେବେଳେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ହେଲେ ନାହିଁ । ଠିକ୍‌ ସେମିତି ରାହୁଲ ଗାନ୍ଧି ମଧ୍ୟ ଚାହିଁଥିଲେ ୨୦୦୪ରେ ଓ ୨୦୦୮ରେ ପ୍ରଧାନମନ୍ତ୍ରୀ ପଦ ହାତେଇ ପାରିଥାନ୍ତେ । କିନ୍ତୁ ସେ ତାହା କଲେନି । ମହାତ୍ମା ଗାନ୍ଧିଙ୍କ ଗୋଟିଏ ଅସ୍ତ୍ର ଥିଲା କେବଳ ସତ୍ୟ । ସେ ଏହି ଅସ୍ତ୍ରରେ ସମ୍ପୂର୍ଣ୍ଣ ବ୍ରିଟିଶ ସାମ୍ରାଜ୍ୟକୁ ଧ୍ୱଂସ କରିଦେଲେ । ଠିକ୍‌ ସେହିଭଳି ରାହୁଲ ଗାନ୍ଧି ମଧ୍ୟ ନିର୍ଭୟରେ ସତ୍ୟ କହୁଛନ୍ତି । ରାହୁଲ ଗାନ୍ଧି ଆଦାନୀ ଷ୍ଟକ୍‌ ବିଷୟରେ ଯାହା ବି କହିଛନ୍ତି ତାହା ସବୁ ସତ୍ୟ ଥିଲା । ଯେଉଁଥିପାଇଁ ତାଙ୍କୁ ଏବେ ସରକାର ଟାର୍ଗେଟ କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି ।