Advertisment

ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ

ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Group Clash

BJD leader campaigns against Minister Ashwini Patra in Jaleswar

ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡି ରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି।

Advertisment

ମନ୍ତ୍ରୀଙ୍କ ଦ୍ୱାରା ଖୁଦିଆ ଗାଡିବିଲ ପଡିଆରେ ମିଶ୍ରଣ ପର୍ବ ପାଳନ କରାଯାଉଥିବା ବେଳେ ସେହି ପଞ୍ଚାୟତର ବେହେରା ସାହି ହାଟ ପଡିଆରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ସମିତି ସଭ୍ୟ ବ୍ରଜ ମୋହନ ପ୍ରଧାନ ଏକ ସଭା କରିଥିଲେ। ଏହି ସଭାରେ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉଠାଇ ଥିଲେ।

କେବଳ ସେତିକି ନୁହେଁ, ଆଗାମୀ ନିର୍ବାଚନରେ ନୂଆ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ନୋଟାରେ ଭୋଟ୍ ଦିଆଯିବ ବୋଲି ସଫା ସଫା ଶୁଣାଇ ଦେଇଥିଲେ। ସେପଟେ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଛନ୍ତି, ନିର୍ବାଚନରେ ଏହାର କିଛି ପ୍ରଭାବ ପଡ଼ିବନି।

Advertisment
BJD BJD Leader
Advertisment
Advertisment