/odishatv-khabar/media/post_attachments/uploadimage/library/16_9/16_9_0/A.K_Antony_1680784343.jpg)
A.K Antony
କେରଳରେ କଂଗ୍ରେସ କୁ ବଡ଼ ଝଟକା । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଆଜି ବିଜେପି ରେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ୍ ଏବଂ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନୀ ବିଜେପିରେ ସାମିଲ ହୋଇଛନ୍ତି । ପଦ୍ମ ଧରିବା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖୁବ ପ୍ରଶଂସା କରିଛନ୍ତି ।
ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧିଙ୍କୁ ଆଧୁନିକ ଭାରତର ମହାତ୍ମା ଗାନ୍ଧି ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ..?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ । ବିସିସି ଡକ୍ୟୁମେଣ୍ଟାରୀକୁ ନେଇ ଏହା ଭାରତ ବିରୋଧୀ ବୋଲି ସେ କହିଥିଲେ । ଏହାପରେ ସେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଥିଲା ।
ସେତେବେଳେ ଅନିଲ ଆଣ୍ଟୋନୀ କହିଥିଲେ ଯେ, ବ୍ରିଟିଶ ପ୍ରସାରଣକାରୀ ବିବିସିର ଭାରତୀୟ ଅନୁଷ୍ଠାନକୁ ଅଗ୍ରାଧିକାର ଦେବା ଆମ ଦେଶର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ। ଏହା ଦେଶ ଲାଗି ବିପଦ ସୃଷ୍ଟି କରିବ। ଯେଉଁମାନେ ବିବିସି ତଥା ବ୍ରିଟେନର ପୂର୍ବତନ ବୈଦେଶିକ ସଚିବ ଜ୍ୟାକ୍ ଷ୍ଟ୍ରୋଙ୍କ ଚିନ୍ତାଧାରାକୁ ସମର୍ଥନ କରୁଛନ୍ତି ଏବଂ ଗ୍ରହଣ କରୁଛନ୍ତି ସେମାନେ ଭାରତୀୟ ଅନୁଷ୍ଠାନ ଉପରେ ବିପଦପୂର୍ଣ୍ଣ ଉଦାହରଣ ସୃଷ୍ଟି କରୁଛନ୍ତି। କାରଣ ୨୦୦୩ ଇରାକ ଯୁଦ୍ଧ ପଛରେ ଜ୍ୟାକ ଷ୍ଟ୍ରୋଙ୍କ ହାତ ଥିଲା। ବିଜେପି ସହିତ ପ୍ରମୁଖ ମତଭେଦ ସତ୍ତ୍ୱେ ମୁଁ ଅନୁଭବ କରୁଛି ଯେ, ଏହା ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)