ମୋଦି ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଓ ଦିଲ୍ଲୀ ବିଲକୁ ନେଇ ଅଡୁଆରେ ବିଜେଡି । ଖାସ୍ କରି YSR କଂଗ୍ରେସ ମୋଦି ସରକାରକୁ ଖୋଲାଖୋଲି ସମର୍ଥନ କରିବା ପରେ ଅକଳରେ ପଡ଼ିଛି ଦଳ । ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏନଡିଏର କୌଣସି ଅସୁବିଧା ନଥିବାବେଳେ ଦିଲ୍ଲୀ ବିଲ୍ ପାସ୍ ବେଳେ ରାଜ୍ୟସଭାରେ ବିଜେଡିର ଆଭିମୁଖ୍ୟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରସଙ୍ଗକୁ ନେଇ ରାଜନୀତି ବଢୁଥିବା ବେଳେ ବିଜେଡି କହିଛି, ଏ ସଂପର୍କରେ ଦଳର ସୁପ୍ରିମୋ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି।...
ମୋଦି ସରକାରକୁ YSR କଂଗ୍ରେସର ସମର୍ଥନ, ଅକଳରେ ବିଜେଡି । ସୁପ୍ରିମୋ ନେବେ ନିଷ୍ପତ୍ତ.. କଂଗ୍ରେସର ଅଭିଯୋଗ ବିଜେପି-ବିଜେଡି ଏକ
ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବରେ ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ବ୍ୟତୀତ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ସୌଦାନ ସିଂ ପ୍ରମୁଖଙ୍କୁ ନିଯୁକ୍ତ କରାଯାଇଛି ।
କଂଗ୍ରେସ କହିଛି ବିଜେଡିର ଯଦି ଆନ୍ତରିକତା ଅଛି, ସଂସଦର ସାଂପ୍ରତିକ ସ୍ଥିତିର ଫାଇଦା ନେଉ। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ ପାଇଁ ପ୍ରତିଶ୍ରୁତି ନମିଳିଲେ ବିଜେପି ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରୁ।
ବିଜେଡିର ମହିଳା ସଂରକ୍ଷଣ ବିଲ ଦାବି କେବଳ କୁମ୍ଭୀର କାନ୍ଦଣା କି ? କେବଳ ୨୪ ନିର୍ବାଚନ ବୈତରଣୀ ପାର ହେବାକୁ ମହିଳା କାର୍ଡ ଖେଳୁଛନ୍ତି କି ନବୀନ? ବିଲ୍ ଆଣିବାକୁ ରାଜ୍ୟସଭାରେ ପୁଣି ଥରେ ବିଜେଡିର ଜୋରଦାର ଦାବିକୁ ନେଇ ଘେରିଲେ ବିରୋଧୀ ।
ସାଂସଦ ଭାବେ ଖୁବଶୀଘ୍ର ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି ।
ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ବନ୍ଦ୍ବ ତୁଟୁନି । ୟା ଭିତରେ ରାଜ୍ୟର ଚାଷୀଙ୍କୁ ୧୪ ଥର ସହାୟତା ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ କେତେବେଳେ ବି ତାଳମେଳ ରହୁନି ।
ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।
ଏସବୁ ଭିତରେ କିନ୍ତୁ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜେଡିରେ ନେତାମାନେ ଅମଙ୍ଗ ହେଉଥିବାରୁ ବଢିଛି ଦଳର ଚିନ୍ତା ।
ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର ।
ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପୋଲିସ ହାତରେ ଲିକ ହୋଇଥିବା ପ୍ରଶ୍ନପତ୍ର ଲାଗିଥିଲେ ବି ତାହା ଜେଇ ସିଭିଲର ପ୍ରଶ୍ନପତ୍ର ବୋଲି ଜାଣିବାକୁ ୭ ଦିନ ଲାଗିବା ପଛର କାରଣ କଣ। ଯଦି ପୋଲିସକୁ ଜଣାଥିଲା, ତାହେଲେ ପରୀକ୍ଷା ପୂର୍ବରୁ ଓଏସଏସସିକୁ କାହିଁକି ଅବଗତ କରାଯାଇ ନଥିଲା।
ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍ ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।
ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।
ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି।
ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।
ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।
ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।
ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।
୨୦୨୪ ଭୋଟ୍ ପାଇଁ ମୁଖ୍ୟ ମୁଦ୍ଦା କରିଛନ୍ତି ବିଜେପି-କଂଗ୍ରେସ । ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେ କରିଛି ବିଜେପି ।
ମହିଳା କାର୍ଡ ଖେଳୁଛି ବିଜେଡି, ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲଢେଇ କରିବ ଶଙ୍ଖ ଦଳ
ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ।