Advertisment

‘ନବୀନଙ୍କ ହାତରେ ନାହିଁ ଶାସନ କ୍ଷମତା, ସଚିବ ସର୍ବେସର୍ବା’

୨୦୨୪ ଭୋଟ୍ ପାଇଁ ମୁଖ୍ୟ ମୁଦ୍ଦା କରିଛନ୍ତି ବିଜେପି-କଂଗ୍ରେସ । ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେ କରିଛି ବିଜେପି ।

author-image
Prangyan Parimita
ଅଦ୍ୟତନ ହୋଇଛି
BJD

BJD

ବଦଳିଛି ଟ୍ରେଣ୍ଡ । ରାଜ୍ୟର ଶାସନ ଭାର ଏବେ ଅମଲାଙ୍କ ହାତରେ । ଜନପ୍ରତିନିଧି ଏକ ପ୍ରକାର ଚୁପ୍ । ଏଭଳି ଅଭିଯୋଗ ଆଣି ନିର୍ବାଚନ ପୂର୍ବରୁ ବିଜେଡିକୁ ଘେରିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ୍ । ଅମଲା ଶାସନ ପ୍ରସଙ୍ଗକୁ କରିଛନ୍ତି ମୁଖ୍ୟ ଅସ୍ତ୍ର । କେନ୍ଦ୍ରୀୟ ନେତୃତ୍ୱ ବି ଏନେଇ ବୟାନ ରଖି ଶାସକ ଦଳକୁ ଟାର୍ଗେଟ କରୁଛନ୍ତି । ତେବେ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ଏକଥା ପହଞ୍ଚି ପାରିଲେ ହିଁ ବିରୋଧୀ ସଫଳ ହେବେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।...

Advertisment

ଗତକାଲି ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ପରେ ଅମଲା ଶାସନ ନେଇ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ପ୍ରଭାରୀ ଚେଲା କୁମାର । ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ ଥିବାରୁ ଜଣେ ସଚିବ ଘନଘନ ଜିଲ୍ଲା ଗସ୍ତ କରି ସରକାରୀ ଘୋଷଣା କରୁଛନ୍ତି । ଖାଲି ସେତିକି ନୁହେଁ ଶାସକ ଦଳର ନେତାମାନେ କାହିଁକି ଅମଲା ଶାସନ ନେଇ ଚୁପ୍ ସେନେଇ ଚିଠି ଲେଖିଥିବା ବେଳେ ତିନି ମାଙ୍କଡଙ୍କ ଫଟୋକୁ ବିଜେଡିର ସବୁ ମନ୍ତ୍ରୀ, ସାଂସଦ ଓ ବଧାୟକଙ୍କ ନିକଟକୁ ପଠାଇଛି କଂଗ୍ରେସ।

ଅନ୍ୟପଟେ ବିଜେପି, ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେଟ କରିଛି। ଅଭିଯୋଗ କରିଛି, ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ପାଇଁ ଜିଲ୍ଲା ଗସ୍ତ ସମୟରେ ଚୌକି ପକାଉଛନ୍ତି। ଯାହାକି, ରାଜ୍ୟର ଶାସନ ଭାର କାହା ହାତରେ ତାହା ସ୍ପଷ୍ଟ କରୁଥିବା ବିଜେପି କହିଛି । ଜବାବରେ ବିଜେଡି କହିଛି ବିରୋଧୀ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ।

Advertisment

ନିର୍ବାଚନ ଯେତିକି ଯେତିକି ପାଖଉଛି, ବିରୋଧୀ 'ଅମଲା ଶାସନ' ମୁଦ୍ଦାକୁ ସେତିକି ଜୋରଦାର କରୁଛନ୍ତି । ବାରମ୍ବାର ଶାସକ ଦଳ, ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କୁ ଟାର୍ଗେଟ କରୁଛନ୍ତି । 5T ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କଡ଼ା ବିରୋଧ ବି ହେଉଛି । କିନ୍ତୁ ଏହା ଭିତରେ ବି 5T ସଚିବଙ୍କ ଗସ୍ତ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନିଜେ ସଚିବଙ୍କୁ ପଠାଉଥିବା ସଭାସ୍ଥଳରେ ପୂର୍ବରୁ ସ୍ପଷ୍ଟୀକରଣ ରଖିସାରିଛନ୍ତି 5T ସଚିବ । ତେବେ ପ୍ରଶ୍ନ ଉଠୁଛି ଜନପ୍ରତିନିଧିମାନେ କଣମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଶ୍ୱସନୀୟତା ହରାଇଲେଣି? ଏହାକୁ ବିରୋଧୀ ମୁଖ୍ୟମୁଦ୍ଦା କରି ନିର୍ବାଚନ ରଣକ୍ଷେତ୍ରରେ ଶାସକ ଦଳକୁ ମାତ୍ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । କିନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତରେ ବିରୋଧୀଙ୍କ ଅମଲା ଶାସନ ମୁଦ୍ଦା ତୃଣମୂଳ ଯାଏ ନପହଞ୍ଚିଲେ କୌଣସି ସୁଫଳ ମିଳିବନି।

ପୂର୍ବରୁ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଅମଲା ଶାସନ ପ୍ରସଙ୍ଗରେ ସ୍ୱର ଉଠାଇଛନ୍ତି । ମାତ୍ର ଏହି ମୁଦ୍ଦା ନେଇ ବିରୋଧୀ କେତେ ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

Naveen Patnaik CM
Advertisment
Advertisment