• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜ୍ୟ ସରକାରଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ । ଟାଙ୍ଗୀ ମଣ୍ଡଳ ସମାବେଶରେ ସରକାରଙ୍କୁ ସମାଲୋଚନା କଲେ ଅପରାଜିତା ।  କହିଲେ ଓଡ଼ିଶାରେ ଏବେ ଭର୍ଚ୍ଚୁଆଲ ସରକାର ଚାଲିଛି । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତୃତ୍ୱ ନାହିଁ । ଏବେ ରାଜ୍ୟରେ ଜନ ପ୍ରତିନିଧି ଦେଖାଯାଉନାହାନ୍ତି । ସେମାନଙ୍କ ବଦଳରେ ସଚିବ ବୁଲୁଛନ୍ତି । 

ସଚିବ କିଛି ଦିନ ବୁଲିବା ଭିତରେ ୧୮ ହଜାର ଅଭିଯୋଗପତ୍ର ପାଇଲେଣି । ଏହାର ଅର୍ଥ ରାଜ୍ୟରେ ଏବେ ସରକାରଙ୍କ ସିଷ୍ଟମ୍‌ ଫେଲ୍ ମାରିଛି ବୋଲି କହିଛନ୍ତି ଅପରାଜିତା । ଖାଲି ସେତିକି ନୁହେଁ, ଏତେ ମାତ୍ରାରେ ଅଭିଯୋଗ ପତ୍ର କଥା କହି, ରାଜ୍ୟରେ ଅଭିଯୋଗ ଶୁଣାଣି ହେଉନି କି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ଚନ୍ଦକାରେ ଜଣେ ଅଣଓଡ଼ିଆ ବ୍ୟକ୍ତିଙ୍କ ସ୍ତ୍ରୀ ଏକର ଏକର ଜମି ଅକ୍ତିଆର କଲେଣି । ସାଂସଦ ଭାବେ ଖୁବଶୀଘ୍ର ତାହା ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now