Advertisment

ଷ୍ଟାଡିୟମରେ ପାଲ ଢାଙ୍ଗିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦାୟୀ କଲା ବିଜେପି

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Jawaharlal Nehru Indoor Stadium

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସାମାଜିକ ସଂଗଠନ ପକ୍ଷରୁ ବି ଘଟଣାର ପ୍ରତିବାଦ ସହ ବିକ୍ଷୋଭ କରାଯାଇଛି କଟକରେ। ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୁରକ୍ଷିତ ପାଇଁ ପାଲ ଘୋଡ଼ାଯାଇଥିଲା । ତଥାପି କ୍ରୀଡ଼ା ଏବଂ ପୂର୍ତ୍ତ ବିଭାଗ ଷ୍ଟାଡିୟମ୍ ଛାତର ଅନୁଧ୍ୟାନ କରିବେ ।

Advertisment

ପ୍ରତିବାଦ..ବିକ୍ଷୋଭ..ନାରାବାଜି..କେତେବେଳେ ରାଜ୍ୟ ସରକାରଙ୍କୁ ହାୟ ହାୟ କହୁଛନ୍ତି ତ ଆଉ କେତେବେଳେ ପ୍ରଶାସନ ବିରୋଧରେ ବର୍ଷୁଛନ୍ତି । କେବଳ ନାରାବାଜି ନୁହେଁ, ସାଙ୍ଗରେ ଆଣିଛନ୍ତି ଜରିପାଲ । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମବେଳେ କଟକ ଇଣ୍ଡୋର ଷ୍ଟାଡ଼ିୟମର ଛାତ ଉପରେ କାମ ଚଳାଇବା ପାଇଁ ଯେଉଁଭଳି ଜରିପାଲ ଢଙ୍କାଯାଇଥିଲା, ସେଭଳି ଜରିପାଲ ଆଣିଛନ୍ତି କଟକ ସୁବାସ ସଂଗଠନର ସଦସ୍ୟ ମାନେ । ଏହି ଜରିପାଲକୁ ଜିଲ୍ଲାପାଳଙ୍କୁ ଭେଟିଦେବା ପାଇଁ ନିଷ୍ପତ୍ତି ନେବା ସହ ଇଣ୍ଡୋର ଷ୍ଟାଡ଼ିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ । ଏପଟେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ଷ୍ଟାଡିୟମ୍ ବାହାରେ ଲାଗିଥିବା ସ୍ୱାଗତ ତୋରଣର ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜିଆଇ ତାର ଭରସାରେ ରଖାଯାଇଥିଲା ଗେଟକୁ । ପରିଣାମ ସ୍ୱରୂପ କାଲି ସାମାନ୍ୟ ପବନରେ ଗେଟଟି ଭୁଶୁଡ଼ିପଡ଼ିବାରୁ ପାଖରେ ଥିବା ଜଣେ କଲେଜ ଛାତ୍ର ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଧାର କରି SCB ରେ ଭର୍ତ୍ତି କରିଛି ପୋଲିସ । ଅର୍ଥାତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ କେତେ ଦାୟିତ୍ୱବାନ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର, ଏଥିରୁ ବାରି ହେଉଛି ।

Advertisment

ଅପରପକ୍ଷେ ଜରିପାଲ ତଳେ ରାଷ୍ଟ୍ରପତି, ରାଜ୍ୟପାଳ ଓ ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଅଭିଭାଷଣ ଓ ଷ୍ଟାଡ଼ିୟମ ଅବସ୍ଥାକୁ ନେଇ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ତେବେ କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ପୁରୁଣା ଢାଞ୍ଚାରେ ନିର୍ମିତ ଷ୍ଟାଡ଼ିୟମର ମରାମତି ପାଇଁ ରାଜ୍ୟ ବାହାରୁ ଟେକ୍ନିକାଲ୍ ଟିମ୍ ଆଣି ମରାମତି ପାଇଁ ପୂର୍ତ୍ତ ବିଭାଗ ଉଦ୍ୟମ କରୁଛି।

ତେବେ ମୁଖ୍ୟ ଶାସନ ସଚିବ କହିଛନ୍ତି, ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦେଖି ଏବଂ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପାଲ ଘୋଡ଼ାଯାଇଥିଲା । ତଥାପି କ୍ରୀଡ଼ା ଏବଂ ପୂର୍ତ୍ତ ବିଭାଗ ଇଣ୍ଡୋର ଷ୍ଟାଡିୟମ ଛାତର ଅନୁଧ୍ୟାନ କରିବେ। ଦରକାର ପଡ଼ିଲେ ରୁଫ୍ ରିକାଷ୍ଟିଂ ହେବ।

ଜରିପାଲ ଢଙ୍କା ଇଣ୍ଡୋର ଷ୍ଟାଡ଼ିୟମ ଛାତ ତଳେ ଗତ ଅଗଷ୍ଟରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଆଉ ଏଥର ମହାମହିମଙ୍କ କାର୍ଯ୍ୟକ୍ରମ ବି ସରିଗଲା। ତେବେ କଟକର ଗର୍ବ ଓ ଗୌରବର ଅନ୍ୟତମ ପ୍ରତୀକ ଏହି ଷ୍ଟାଡ଼ିୟମର ସମ୍ପୂର୍ଣ୍ଣ ମରାମତି କେବେ ସରିବ ନା ତାଳିପକା କାମ କରି ଦାୟିତ୍ୱ ସାରିଦେବେ ସରକାର, ତାକୁ ଅପେକ୍ଷା ।

Protests President Of India Draupadi Murmu Jawaharlal Nehru Indoor Stadium
Advertisment
Advertisment