୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି ।
ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି ।
ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। କାଲିଠାରୁ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଷ୍ଟେଜ୍ ସେୟାର କରିବେ। ତେବେ ନିକଟରେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ପରେ, ରାଜନୈତିକ ଦିଗରେ କୌଣସି ଆଲୋଚନା ହେବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ପାର୍ଟି ମୁଖ୍ୟାଳୟରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୪ ନିର୍ବାଚନ ଲାଗି ଶାହ ଦେବେ ଗୁରୁମନ୍ତ୍ର।
୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ଯାହାକୁ ନେଇ ଉତ୍ସାହିତ ପଦ୍ମ ଶିବିର।
ଦିଲ୍ଲୀ ବିଲ୍କୁ ସଂସଦରେ ବିଜେଡିର ସମର୍ଥନ ପ୍ରସଙ୍ଗରେ ଲୋକସଭାରେ ପ୍ରତିକ୍ରିୟା ରଖିଲେ ସାଂସଦ ପିନାକୀ ମିଶ୍ର ।
ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଓଡ଼ିଶା ଗସ୍ତରେ ଆସି ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି ।
ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି ଶାହ
ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରାଯିବ ।
ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି ।
ନବୀନ ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା, ତଥାଗତ ମାରିଲେ ତେରଛା ବାଣ ।
ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ । ତେଜିଲା ସିବିଆଇ ତଦନ୍ତ ଦାବି । ବର୍ଷାରେ ଭିଜି ପରୀକ୍ଷାର୍ଥୀଙ୍କ ପ୍ରତିବାଦ । ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।
ଦିଲ୍ଲୀ ବିଲ୍ ରେ ମୋଦି ସରକାରଙ୍କୁ ବିଜେଡିର ସମର୍ଥନ । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ।
ଅନାସ୍ଥାକୁ ବିରୋଧ କରିବ ବିଜେଡି । ଅନାସ୍ଥା ବିରୋଧରେ ଭୋଟ ଦେବ ବିଜେଡି । କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମିଳିତ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି । ଏନେଇ ଦଳ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମ ପିଟିଆଇରେ ରିପୋର୍ଟ ପ୍ରକାଶ ପାଇଛି ।
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ପିଟିଆଇର ଖବର । ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ସମର୍ଥନ କରିବ ବିଜେଡି ।
ପାଲରେ ପକାଇବାକୁ ରାଜ୍ୟ ସରକାରଙ୍କ ନୂଆ ଚାଲ୍ କହିଲେ ବିରୋଧୀ । ଗାଁ ଗାଁରେ ବଣ୍ଟାହେବ କ୍ରିକେଟ୍, ଫୁଟବଲ ଭଳି ଖେଳ ଉପକରଣ ।
ପରୀକ୍ଷାରେ ବାରମ୍ବାର ବିଭ୍ରାଟ, ତ୍ରୁଟି ଆଉ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତିରେ ଦୁର୍ନୀତି ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଦେଖାଦେଉଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ଏବଂ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ଗରିବ ଓ ମେଧାବୀ ଯୁବବର୍ଗ ହତୋତ୍ସାହିତ ହେଉଛନ୍ତି।
ମଣିପୁରରେ ଗତ ୯୦ ଦିନ ଧରି ବିଗିଡ଼ି ଯାଇଛି ଆଇନ୍ ଶୃଙ୍ଖଳା ପରିସ୍ଥିତି। ତେଣୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ବିରୋଧୀ ମେଣ୍ଟ।
ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।
ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି।
ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।