• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବର ବେଶରେ ଦେଖିବା ପାଇଁ ଚାହାନ୍ତି ତାଙ୍କ ଶୁଭଚିନ୍ତକ । ରାହୁଲ କେତେବେଳେ ଘୋଡ଼ି ଚଢ଼ିବେ ଆଉ ହାତକୁ ଦିହାତ ହେବେ, ସେଥିପାଇଁ ସେମାନେ ଚାହିଁ ବସିଛନ୍ତି । ୫୩ ବର୍ଷୀୟ ରାହୁଲ ଗାନ୍ଧୀ ଏବେ ବି ଅବିବାହିତ ଥିବା ବେଳେ ତାଙ୍କ ଉପରେ ବିବାହ ପାଇଁ ଚାପ ବ‍ଢ଼ିବାରେ ଲାଗିଛି । ଏବେ ସୁଦ୍ଧା ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ପରାମର୍ଶ ମିଳୁଥିବା ବେଳେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ପୁଅର ବିବାହ ସମ୍ପର୍କରେ ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି ।

ରାହୁଲ ଗାନ୍ଧୀ ସୋନିପତରେ ମହିଳା ଚାଷୀଙ୍କ ସହ ହୋଇଥିବା ଏକ ଭେଟଘାଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି । ସେ ସୋନିଆଙ୍କୁ ରାହୁଲ ଗାନ୍ଧୀଙ୍କ ବିବାହ ବିଷୟରେ ପଚାରୁଛନ୍ତି । ଆଉ ମହିଳାଙ୍କ ପ୍ରଶ୍ନ ଶୁଣି ସୋନିଆ ହସି ହସି ତାଙ୍କୁ କହୁଛନ୍ତି, ତୁମେ ଝିଅଟିଏ ଖୋଜ ।

ରାହୁଲ ଭିଡିଓ ସେୟାର କରି ଲେଖିଛନ୍ତି, ମା, ପ୍ରିୟଙ୍କା ଏବଂ ମୋ ପାଇଁ କିଛି ସ୍ମରଣୀୟ ଦିନ, କିଛି ବିଶେଷ ଅତିଥିଙ୍କ ସହିତ... ସୋନିପତଙ୍କ ଚାଷୀ ଭଉଣୀମାନେ ଦିଲ୍ଲୀ ବୁଲିବା ପାଇଁ ଆସିଥିଲେ, ଘରେ ସେମାନଙ୍କ ସହ ରାତ୍ରୀ ଭୋଜନ ପରେ ଅନେକ ମଜାଦାର ଜିନିଷ ହୋଇଛି । ଏହାସହ ଉପହାରରେ ଦେଶୀ ଘି, ମିଠା ଲସି, ଘରେ ତିଆରି ଆଚାର ଏବଂ ଅନେକ ଭଲପାଇବା ମିଳିଛି । ଯେଉଁ ମହିଳାମାନେ ଗାନ୍ଧୀ ପରିବାରକୁ ଭେଟିବାକୁ ଆସିଥିଲେ, ରାହୁଲ ସେମାନଙ୍କୁ ଚଳିତ ମାସ ଆରମ୍ଭରେ ମଦିନା ଗ୍ରାମରେ ଭେଟିଥିଲେ । ସେମାନଙ୍କ ସହ ମିଶି କ୍ଷେତରେ ଚାରା ରୋପଣ ମଧ୍ୟ କରିଥିଲେ। ଏହି ଅବସରରେ ରାହୁଲ ମହିଳା ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ମହିଳା ଚାଷୀମାନେ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ଦିଲ୍ଲୀ ପହଞ୍ଚି ଥିଲେ।

ମହିଳା ଚାଷୀମାନେ ଗାନ୍ଧୀ ପରିବାର ସହ ଡାଇନିଂ ଟେବୁଲରେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ । ଏହି ସମୟରେ ସେ ସୋନିଆ ଗାନ୍ଧୀଙ୍କ ସହ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଏହାରି ମଧ୍ୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କ କାନରେ କହିଥିଲେ, କାହିଁକି ପୁଅର ବିବାହ କରୁନାହାଁନ୍ତି?

ଏହି ପ୍ରଶ୍ନ ସୋନିଆ ଗାନ୍ଧୀ ହିସି ହସି କହିଲେ, ତୁମେମାନେ ଝିଅଟିଏ ଖୋଜି ଦିଅ । ଏହା ପରେ ପ୍ରିୟଙ୍କା ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ସେଠାରେ ଉପସ୍ଥିତ ମହିଳାମାନେ ଜୋରରେ ହସିବାକୁ ଲାଗିଲେ । ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ ଉତ୍ତର ଦେଇ କହିଥିଲେ ଯେ 'ବିବାହ ହେବ'। ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ପରାମର୍ଶ ଦେଇଥିଲେ ଲାଲୁ ପ୍ରସାଦ ଯାଦବ । ୨୩ ଜୁନ୍‌ରେ ପାଟନାରେ ଆୟୋଜିତ ବିରୋଧୀ ଦଳର ବୈଠକ ହୋଇଥିଲା । ମଞ୍ଚ ଉପରେ ଭେଟେରାନ ନେତା ଲାଲୁ ଯାଦବ ଚିରାଚରିତ ଢ଼ଙ୍ଗରେ ରାହୁଲ ଗାନ୍ଧୀଙ୍କୁ ବିବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ତୁମ ମା’ ମଧ୍ୟ ମୋତେ ଏସମ୍ପର୍କରେ ତୁମକୁ ବୁଝାଇବାକୁ କହିଥିବା କହିଥିଲେ ।