Naveen Odisha Scheme
ନବୀନ ଓଡ଼ିଶା ସ୍କିମ୍କୁ ନେଇ ଗାଁ ଗାଁରେ ଗଣ୍ଡଗୋଳ । ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ନେଇ ବଢୁଛି ଅଡୁଆ । ଜନ ପ୍ରତିନିଧିଙ୍କ ଭିନ୍ନଭିନ୍ନ ପ୍ରସ୍ତାବକୁ ନେଇ ବଢୁଛି ଅସନ୍ତୋଷ ।
Advertisment
ଆମ ଓଡ଼ିଶା ନବୀନ ଓଡ଼ିଶା ସ୍କିମରେ ପ୍ରକଳ୍ପ ପାଇଁ ଗାଁ ଗାଁରେ ଚାଲିଛି ବୈଠକ । ତେବେ ସମସ୍ୟା ଉପୁଜିଛି ପ୍ରକଳ୍ପ ଚୟନରେ। ସ୍କିମରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବାକୁ ଥିବାରୁ ପ୍ରୋଜେକ୍ଟ ତାଲିକାକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଧାୟକଙ୍କ ପ୍ରତିନିଧି, ଏପରିକି ବିଜେଡି ନେତା ଯେ ଯାହାର ତାଲିକା ପ୍ରସ୍ତୁତ କରୁଛନ୍ତି । ଯାହାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)