ଗୃହରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗ ଯୋଗୁ କାର୍ଯ୍ୟାନୁଷ୍ଠାନ । ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ । ମୌସୁମୀ ଅଧିବେଶନ ସରିବା ଯାଏଁ ନିଲମ୍ବନ । ପବ୍ଲିସିଟି ପାଇଁ ଡେରେକ ନାଟକବାଜି କରୁଥିବା କହିଲେ ଅଧ୍ୟକ୍ଷ ।
ହଜାର ହଜାର ହିତାଧିକାରୀ ନିଜ ଘର ମରାମତି ପାଇଁ ଏହି ଯୋଜନାରେ ଆବେଦନ କରୁଛନ୍ତି, ହେଲେ ମିଳୁଛି ହାତ ଗଣତିଙ୍କୁ ।
ମୋଦି ସରନେମ୍ ସଂପର୍କିତ ମାନହାନୀ ମାମଲାରେ ସୁରତ କୋର୍ଟ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ, ଗତ ମାର୍ଚ୍ଚ ମାସରେ ରାହୁଲଙ୍କ ସଦସ୍ୟତା ରଦ୍ଦ ହୋଇଥିଲା ।
ଫେଲ୍ ମାରିଛି କି ମୋ ଘର ଯୋଜନା ? ବାଲେଶ୍ୱରରେ ୧୭ ହଜାର ଆବେଦନକାରୀଙ୍କ ସ୍ଥାନରେ ମାତ୍ର ୩ ।
'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ।
ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା?
ଆଗାମୀ ଦିନରେ ପାଣ୍ଡିଆନ ହିଁ ଟିକେଟ ଫାଇନାଲ କରିବେ ବୋଲି ମଧ୍ୟ ବିରୋଧୀ ଦଳ ସିଧାସଳଖ କହୁଛନ୍ତି । ଆଉ ଏହି ଟିକେଟ ଲୋଭରେ ଜଣେ ନେତା ଜଣକ ପାଣ୍ଡିଆନଙ୍କ ଗୋଡ଼ ଧରିବାକୁ ଯାଉଥିବା କୁହାଯାଉଛି।
ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫେରିଯିବା ପରେ ଓଡ଼ିଶା ବିଜେପିର ଚିନ୍ତା, କେମିତି ସେ ଦେଇଥିବା ଟାସ୍କକୁ ସଫଳତାର ସହ କାର୍ଯ୍ୟକାରୀ କରାଯିବ। କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବ ଦଳ ? ବୁଥ୍ କମିଟି ଗଠନ କାମ ଶୀଘ୍ର ସାରିବାକୁ ବି କୁହାଯାଇଛି । ତେବେ ଶାହଙ୍କ ଗସ୍ତରୁ ପାଇଥିବା ବଳ, ଆଗାମୀ ନିର୍ବାଚନରେ ସଫଳତା ଆଣିଦେବ ବୋଲି ଆଶା ରଖିଛି ପଦ୍ମ ଦଳ । ଅନ୍ୟପକ୍ଷରେ ବିଜେଡି କହିଛି, ଶାହଙ୍କ ଗସ୍ତର କୌଣସି ପ୍ରଭାବ ଓଡ଼ିଶାରେ ନାହିଁ ।
ଶାହଙ୍କ ଟାସ୍କକୁ କାର୍ଯ୍ୟକାରୀ କରିବା ପାଇଁ ବିଜେପିର କସରତ । ୪ ମାସିଆ ପ୍ଲାନକୁ ନେଇ ଆଗକୁ ବଢ଼ିବାକୁ ପଦ୍ମ ଦଳର ସଜବାଜ । ଶାହଙ୍କ ପରାମର୍ଶ- ରାଜଧାନୀର ନ ବସି ଗାଁକୁ ଯାଅ ।
ଗୋଟିଏ ପଟେ ରତ୍ନଭଣ୍ଡାର ଶୀଘ୍ର ଖୋଲିବା ସହ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ପାଇଁ ବିଭିନ୍ନ ମହଲର ଦାବି ତେଜୁଛି। ଖୋଦ୍ ମହାପ୍ରଭୁଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ବି ୟା ସପକ୍ଷରେ ମତ ରଖିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା। ଶାହ ବି ହାତ ହଲେଇ ନେତା ଓ କର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲ। ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଆରମ୍ଭ ହୋଇଥିଲା ଦଳର ରୁଦ୍ଧଦ୍ବାର ବୈଠକ।
ଗୋଟିଏ ମଞ୍ଚରେ ଏକାଠି ହେଲେ ବିଜେପିର ଚାଣକ୍ୟ ଓ ବିଜେଡି ସୁପ୍ରିମୋ। ପରସ୍ପରକୁ ଭୁରି ଭୁରି ପ୍ରଶଂସା ସହ ଧନ୍ୟବାଦରେ ପୋତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗୃହମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି । ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି । ଏହି ଅବସରରେ ସାରା ଦେଶବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ ।
୨ ଦିନିଆ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସେବା ଭବନରେ ପହଞ୍ଚି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
୨ ଦିନିଆ ଓଡ଼ିଶା ଗସ୍ତରେ ବିଜେପିର ଚାଣକ୍ୟ ଅମିତ ଶାହ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦୀ ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ।
ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ମୁଖିଆ ମନମୋହନଙ୍କ ନୂଆ ଟିମରେ ନୂଆ ଚେହେରା । ବହୁ ନେତା ସାମିଲ, ଅନେକ ବି ପଡ଼ିଲେ ବାଦ୍ ବିଜେପି ଚାଣକ୍ୟ ଅମିତ ଶାହଙ୍କ ଗସ୍ତର ଠିକ୍ ପୂର୍ବରୁ ଏବଂ ରାଜ୍ୟ ସଭାପତି ଦାୟିତ୍ୱ ନେବାର ୪ ମାସ ପରେ ଆଜି ୩୫ ଜଣିଆ ଟିମର ତାଲିକା ଜାରି କରିଛନ୍ତି ମନମୋହନ ସାମଲ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଛନ୍ତି । ଜାରି ହୋଇଥିବା ତାଲିକାରେ ୧୦ ଜଣ ଉପସଭାପତି ରହିଥିବାବେଳେ ୫ ସାଧାରଣ ସମ୍ପାଦକ ସାମିଲ ହୋଇଛନ୍ତି ।
ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ପ୍ରସ୍ତୁତ କଲା ରଣନୀତି । ବିଜେପି ପକ୍ଷରୁ ରାଜ୍ୟ ପଦାଧିକାରୀଙ୍କ ତାଲିକା ଜାରି ହୋଇଛି । ଏହି ତାଲିକାରେ ୩୫ ଜଣଙ୍କ ନାଁ ରହିଛି ।
ମନମୋହନ ଜାରି କରିଥିବା ଉପସଭାପତିଙ୍କ ତାଲିକାରେ ନାଉରୀ ନାୟକ, ଅପରାଜିତା ଷଡ଼ଙ୍ଗୀ, ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି ।
ନକ୍ସଲ୍ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ କରିବେ ଆଲୋଚନା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଚାନକ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା। କାଲିଠାରୁ ଶାହ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଷ୍ଟେଜ୍ ସେୟାର କରିବେ। ତେବେ ନିକଟରେ କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡିର ବିରୋଧ ଓ ଦିଲ୍ଲୀ ସେବା ବିଲ୍ କୁ ସମର୍ଥନ ପରେ, ରାଜନୈତିକ ଦିଗରେ କୌଣସି ଆଲୋଚନା ହେବ ନାହିଁ ତ, ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ପାର୍ଟି ମୁଖ୍ୟାଳୟରେ ବି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ୨୪ ନିର୍ବାଚନ ଲାଗି ଶାହ ଦେବେ ଗୁରୁମନ୍ତ୍ର।
୨୦୨୪ ସାଧାରଣ ନିର୍ବାଚନ ଉପରେ ଫୋକସ୍ କରି ଆଗାମୀ ଦିନରେ ବିଜେପିର ରୋଡମ୍ୟାପ୍ ନେଇ ବି ମାନସ ମନ୍ଥନ ହେବ। ଯାହାକୁ ନେଇ ଉତ୍ସାହିତ ପଦ୍ମ ଶିବିର।