/odishatv-khabar/media/post_attachments/uploadimage/library/16_9/16_9_0/s_1691204384.jpg)
Union Home Minister Amit Shah on a 2-day Odisha visit
୨ ଦିନିଆ ଓଡ଼ିଶା ଗସ୍ତରେ ବିଜେପିର ଚାଣକ୍ୟ ଅମିତ ଶାହ। ସରକାରୀ କାର୍ଯ୍ୟକ୍ରମରେ ଏକାଠି ହେବେ ଶାହ-ନବୀନ। ଗତକାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏୟାରପୋର୍ଟରେ ପାରମ୍ପରିକ ବାଦ୍ୟ ଓ ନାଚଗୀତ କରି ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ପ୍ରଶଂସକ।
Gratitude to the people of Odisha for rendering a warm welcome at the Bhubaneswar Airport. Looking forward to attending various meetings.
ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଓଡ଼ିଶାବାସୀଙ୍କୁ ଅଶେଷ ଧନ୍ୟବାଦ। ମୁଁ ଆସନ୍ତାକାଲି ରାଜ୍ୟରେ ବିଭିନ୍ନ ବୈଠକରେ ଯୋଗଦେବା ପାଇଁ… pic.twitter.com/yEu2RZcV77
— Amit Shah (@AmitShah) August 4, 2023
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସାଂସଦଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। ଏହାପରେ ଏକ ତାରକା ହୋଟେଲରେ ଯାଇ ରାତ୍ରିଯାପନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ଜାତୀୟ ରାଜପଥ ପ୍ରକଳ୍ପର ସେ ଶୁଭାରମ୍ଭ କରିବେ।
ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ସ୍ଥିତିର ମଧ୍ୟ ସମୀକ୍ଷା କରିବେ ଅମିତ ଶାହ। ଏହାପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ପଦାଧିକାରୀ, କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ପୂର୍ବରୁ ଦିଆଯାଇଥିବା ଟାସ୍କ କେତେ କାର୍ଯ୍ୟକାରୀ ହୋଇଛି, ସେନେଇ ଆଲୋଚନା କାର୍ଯ୍ୟକ୍ରମ ରହିଛି। ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ, ମୋଦି ସରକାରଙ୍କ ୯ ବର୍ଷର ସଫଳ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ନେଇ ଶାହ ଗୁରୁମନ୍ତ୍ର ଦେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)