Advertisment

ଓଡ଼ିଶା ହାତରୁ ଖସି ଯିବ କି କୋଷ୍ଟାଲ ହାଇ-ୱେ ପ୍ରୋଜେକ୍ଟ ?

ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା?

author-image
Manoranjan Behera
undefined

Coastal Highway Project In Odisha

ଓଡିଶା ହାତରୁ ଖସିଯିବ କି ଉପକୂଳ ରାଜପଥ ପ୍ରକଳ୍ପ। ପୁଣି ଝୁଲିଲା ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇୱେର ଭାଗ୍ୟ। ଟେଣ୍ଡର ବାତିଲ ପରେ ବଢିଲା ଅନିଶ୍ଚିତତା। ତେବେ କାହିଁକି ବାତିଲ ହେଲା ଟେଣ୍ଡର? ବାରମ୍ବାର ଡିଜାଇନରେ ପରିବର୍ତ୍ତନ ପଡ଼ିଲା କି ମହଙ୍ଗା? କାହିଁକି ନା ଏହି ପ୍ରକଳ୍ପର ଡିଜାଇନକୁ ନେଇ ଏବେ ବି ରାଜ୍ୟରେ ଥମିନି ବିବାଦ। ୩ ଥର ପରେ ରାଜ୍ୟ ସରକାରଙ୍କ ଡିଜାଇନ ଫାଇନାଲ ହେବା ପରେ ବି କେଁ କାଢିଥିଲେ ଖୋଦ ବିଜେଡି ନେତା। ପ୍ରକଳ୍ପକୁ ଖୋଲାଖୋଲି ବିରୋଧ କରି ଏହା ବିରୋଧରେ ଲଢେଇ ହେବ ବୋଲି ମଧ୍ୟ ଚେତାବନୀ ଦେଇଥିଲେ।

Advertisment

ଏବେ ବି ଚିଲିକା, ଅସ୍ତରଙ୍ଗ, ଜଗତସିଂହପୁର, ଗୋପାଳପୁରରେ ଦେଖିବାକୁ ମିଳୁଛି ବିରୋଧର ସ୍ୱର। ବାତିଲ ହୋଇଛି ଗୋପାଳପୁରରୁ ଦୀଘା ଉପକୂଳ ରାଜପଥ ପାଇଁ ହୋଇଥିବା ୩ଟି ଟେଣ୍ଡର। ଜୁଲାଇ ୨୯, ୨୦୨୨ରେ ଭିନ୍ନ ଭିନ୍ନ ୩ଟି ଟେଣ୍ଡର ଆହ୍ୱାନ କରିଥିଲେ NHAI କର୍ତ୍ତୃପକ୍ଷ। ରାମେଶ୍ୱରରୁ ପୁରୀ, ପୁରୀରୁ କାକଟପୁର ଓ ଏରସମାରୁ ରତନପୁର ଯାଏଁ ପ୍ରାୟ ୧୨୪ କିଲୋମିଟର ୪ ଥାକିଆ ରାସ୍ତା ପାଇଁ ହୋଇଥିଲା ଟେଣ୍ଡର। ହେଲେ ପ୍ରାୟ ବର୍ଷେ ପରେ ପ୍ରଶାସନିକ କାରଣ ଦର୍ଶାଇ ଏହାକୁ କର୍ତ୍ତୃପକ୍ଷ ବାତିଲ କରିଥିବା ବେଳେ ଏହାକୁ ତେଜିଛି ରାଜ୍ୟ ରାଜନୀତି।

ବିଜେପି କହିଛି ରାଜ୍ୟ ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି, ବାରମ୍ବାର ଡିଜାଇନ ପରିବର୍ତ୍ତନ କରି ଅସହଯୋଗ କରିଛନ୍ତି। ତେବେ ଟେଣ୍ଡର ବାତିଲ ପାଇଁ କେନ୍ଦ୍ରକୁ ଦାୟୀ କରି ବିଜେପି କୋର୍ଟକୁ ବଲ ଫିଙ୍ଗିଛି ବିଜେଡି। ଅନ୍ୟପଟେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ।

Advertisment

୨୦୧୫ରେ ଭାରତମାଳା ପ୍ରକଳ୍ପ ଅଧିନରେ ଓଡ଼ିଶା ଉପକୂଳ ଦେଇ ସାଢେ ୭ ହଜାର କୋଟି ଟଙ୍କାର ଏହି ପ୍ରକଲ୍ପ ପାଇଁ ଯୋଜନା କରିଥିଲେ କେନ୍ଦ୍ର ସରକାର। ବଡ଼ କଥା ହେଲା କେନ୍ଦ୍ରର ପ୍ରସ୍ତାବିତ ରୁଟ୍ ମ୍ୟାପକୁ ବିରୋଧ କରିଥିଲେ ରାଜ୍ୟ ସରକାର। ଏମିତି କି ୩ ଥର ବଦଳିଥିଲା ଡିଜାଇନ। ଆଉ ତାପରେ ବି ବିରୋଧ ଲାଗି ରହିଛି। ତା ସତ୍ତ୍ୱେ ତୃତୀୟ ଡିଜାଇନକୁ ନେଇ ଆରମ୍ଭ ହୋଇଥିଲା କାମ। ଏମିତି କି ସର୍ଭେ ସରିବା ପରେ ଜମି ଅଧିଗ୍ରହଣ ପାଇଁ ନାଉଗାଁ ତହସିଲ ପକ୍ଷରୁ ଜନଶୁଣାଣି ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏବେ ଟେଣ୍ଡର ବାତିଲକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପକୂଳ ବାସିନ୍ଦା।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୁଲାଇ ୨୭ରେ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଜଣାଇଛନ୍ତି ପ୍ରସ୍ତାବିତ ଉପକୂଳ ରାଜପଥ ପାଇଁ ଏଯାଏଁ ମଞ୍ଜୁରୀ ମିଳିନାହିଁ। ଏମିତି ସ୍ଥିତିରେ କୋଷ୍ଟାଲ ହାଇୱେର ଭାଗ୍ୟ କଣ ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।

NHAI Odisha Politics Coastal Highway Project In Odisha
Advertisment
Advertisment