• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମୋଦି ସରନେମ୍ ମାମଲାରେ ରାହୁଲ ଗାନ୍ଧିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି । ଚୂଡ଼ାନ୍ତ ଶୁଣାଣି ନ ହେବା ଯାଏ ରୋକ୍ ଲଗା ଯାଇଥିବାବେଳେ, ଏହି ମାମଲାରେ ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ସଜ୍ଜା ଶୁଣାଇଥିଲେ । ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ ।

ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦୀଙ୍କ ବରିଷ୍ଠ ଆଡଭୋକେଟ ମହେଶ ଜେଠମଲାନୀଙ୍କୁ କୋର୍ଟ କିଛି କହିଥିବା ମଧ୍ୟ ଦେଖିବାକୁ ମିଳିଛି । କୋର୍ଟ କହିଛନ୍ତି, ଏହି ମାମଲାରେ ସର୍ବାଧିକ ଦଣ୍ଡ ପ୍ରଦାନ ପାଇଁ କୋର୍ଟ କେଉଁ ଆଧାର ଦେଇଛନ୍ତି ? ଏହି ମାମଲାରେ କମ୍ ଦଣ୍ଡ ଦିଆଯାଇପାରିଥା’ନ୍ତା । ଏପରି କରିବା ଦ୍ୱାରା ସଂସଦୀୟ କ୍ଷେତ୍ରର ଜନତାଙ୍କ ଅଧିକାର ଅକ୍ଷୁଣ୍ଣ ରହିବ ।

ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦଣ୍ଡ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ସମସ୍ତ ଆବେଦନ ବିଚାରାଧୀନ ଥିବାବେଳେ, ରାହୁଲ ଗାନ୍ଧୀ ବର୍ତ୍ତମାନ ସଂସଦ ଅଧିବେଶନରେ ମଧ୍ୟ ଭାଗ ନେଇପାରିବେ ବୋଲି କୁହାଯାଇଛି । ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ଗୁଜୁରାଟ ହାଇକୋର୍ଟର ବିଚାରପତିଙ୍କ ଆଦେଶ ବହୁତ କୌତୁହଳପୂର୍ଣ୍ଣ । ଏହାକୁ ନେଇ ଅନେକ ପ୍ରଚାର କରାଯାଇଛି ।

ସୂଚନା ଥାଉ କି, ‘ସମସ୍ତ ଚୋରଙ୍କ ନାଁ ମୋଦି କାହିଁକି’ ? କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନ୍‌କୁ ନେଇ ଦାଖଲ ହୋଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଗୁଜୁରାଟର ସୁରଟ ସେସନ୍ସ କୋର୍ଟ । ୨୦୧୯ରେ କର୍ଣ୍ଣାଟକର ଏକ ରାଲିରେ ରାହୁଲ ଗାନ୍ଧୀ ଏପରି ବୟାନ୍ ଦେଇଥିଲେ । ସେ ମୋଦି ଉପନାମକୁ ନେଇ ଆପତ୍ତିଜନକ କଥା କହିଥିଲେ । ଏନେଇ ବିଜେପି ବିଧାୟକ ତଥା ତତ୍କାଳୀନ ଗୁଜରାଟର ମନ୍ତ୍ରୀ ପୁର୍ଣ୍ଣେସ ମୋଦି ଏକ ମାମଲା ରୁଜୁ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରି ସୁରତ ଜିଲ୍ଲା ନ୍ୟାୟାଳୟ ରାହୁଲ ଗାନ୍ଧି ଦୋଷୀ ବୋଲି ରାୟ ଦେଇଥିଲେ ।