Advertisment

ସାଂସଦ ପଦ ଫେରି ପାଇଲେ ରାହୁଲ; ‘INDIA’ ମେଣ୍ଟରେ ଖୁସିର ଲହରି

'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Rahul Gandhi

ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥ ଆଗରେ ନାଚଗୀତ, ଏଣେ ସଂସଦ ଭବନ ପରିସରରେ ଚାଲିଥିଲା ମୁହଁମିଠା। ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ଫେରିପାଇବା ପରେ, କଂଗ୍ରେସ ଦଳ ସମେତ ଇଣ୍ଡିଆ ମେଣ୍ଟରେ ଉତ୍ସାହର ଲହରି, ଉତ୍ସବର ମାହୋଲ୍। ସେଲିବ୍ରେସନ ଭିତରେ ଆଜି ପାର୍ଲାମେଣ୍ଟ ପରିସରକୁ ପ୍ରବେଶ ପରେ ପ୍ରଥମେ ଗାନ୍ଧିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲୋକସଭାକୁ ଯାଇଥିଲେ ରାହୁଲ। ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ କଂଗ୍ରେସ ସାଂସଦମାନେ।

Advertisment

'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ। ସଂସଦ ସଚିବାଳୟ ପକ୍ଷରୁ ସଦସ୍ୟ ପଦ ପୁନର୍ବାହାଲ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ, ୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି, ତା ପୁଣି ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ହେବାର ଠିକ୍ ପୂର୍ବଦିନ। ଯାହାକି ବିରୋଧୀ 'ଇଣ୍ଡିଆ' ମେଣ୍ଟରେ ଶକ୍ତି ସଂଚାର କରିଛି । ହୁଏତ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ରାହୁଲ ହିଁ ବିରୋଧୀଙ୍କ ମୁଖ୍ୟ ବକ୍ତା ସାଜିପାରନ୍ତି ବୋଲି କୁହାଯାଉଛି। ତେବେ ବିଜେପି କହିଛି, ଏବେବି ରାହୁଲ ଦୋଷମୁକ୍ତ ହୋଇନାହାନ୍ତି।

ଆଜି ଲୋକସଭାରେ ଯୋଗ ଦେବା ସହିତ ମଣିପୁର ହିଂସା ପ୍ରସଙ୍ଗରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକରାମ ଇବୋବି ସିଂଙ୍କ ସହ ଆଲୋଚନା କରିଛନ୍ତି ରାହୁଲ। ଏହି ବୈଠକରେ ସୋନିଆ, ମଲ୍ଲିକାର୍ଜୁନ ଖଡ଼ଗେ, କେ.ସି.ବେଣୁଗୋପାଳ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ। ସାଂସଦ ପଦ ଫେରି ପାଇବା ପରେ ଆଗକୁ ରାହୁଲ ୧୨ ତୁଗଲକ ଲେନ୍ ସ୍ଥିତ  ପୂର୍ବ ସରକାରୀ ବାସଭବନ ମଧ୍ୟ ଫେରିପାଇବେ ବୋଲି ଚର୍ଚ୍ଚା ହେଉଛି। ସଦସ୍ୟ ପଦ ରଦ୍ଦ ହେବାପରେ ଗତ ଏପ୍ରିଲ୍ ୨୨ ତାରିଖରେ ସେ ୨୦୦୫ରୁ ରହିଆସୁଥିବା ଏହି କ୍ୱାର୍ଟର 
ଖାଲି କରିଥିଲେ।

Advertisment

Congress Rahul Gandhi
Advertisment
Advertisment