ଓଡ଼ିଶାରେ ଗଦା ଗଦା ଟଙ୍କା ଠାବକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମାତ୍ର ନବୀନ ବାବୁ ଚୁପ୍ କାହିଁକି। କଳା ଟଙ୍କା ନେଇ କେନ୍ଦ୍ର ସରକାର ଜାଣି ପାରୁଛନ୍ତି କିନ୍ତୁ ରାଜ୍ୟ ସରକାର କେମିତି ଜାଣି ନାହାନ୍ତି।
‘୧୨ ଶହ ପଞ୍ଚାୟତ ଗସ୍ତ ସରିଲାଣି, ଆଉ ୫ ହଜାର ପଞ୍ଚାୟତ ଗସ୍ତ ହେବ....ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକର୍ତ୍ତା ପଞ୍ଚାୟତ ଗସ୍ତ କରିବେ’
ବୈଠକରେ ଯେକୌଣସି ବଡ଼ ନିଷ୍ପତ୍ତି ସଭାପତିଙ୍କ ଉପରେ ନିର୍ଭର କରେ ବୋଲି କହିଛନ୍ତି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ ।
କ୍ୟାମ୍ପସରୁ ନେତା ତିଆରି ବାଟ ବନ୍ଦ କରି ଭିନ୍ନ ଉଦ୍ୟମ । ଛାତ୍ରଙ୍କୁ ରାଜନୈତିକ ଦଳଙ୍କ ଗୋଡ଼ାଣିଆ ଉଦ୍ୟମକୁ ନେଇ ପ୍ରଶ୍ନ ।
ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।
ଯେତେ ଖୋଳିଲେ, ସେତେ ବାହାରୁଛି । ଯେତେ ଗଣିଲେ, ସେତେ ଲମ୍ବୁଛି । ମଦ ବ୍ୟବସାୟୀଙ୍କ ସାମ୍ରାଜ୍ୟ ଉପରେ ଆଇଟି ରେଡ୍ ।
ଏଥିକ୍ସ କମିଟିର ରିପୋର୍ଟ ଆଧାରରେ ବହିଷ୍କାର ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ।
ପର୍ଯ୍ୟବେକ୍ଷକମାନେ ତିନି ରାଜ୍ୟ ଯାଇ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସହ ଆଲୋଚନା କରିବେ । ଏହାରି ଭିତରେ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ଭେଟିଛନ୍ତି କିଛି ତୁଙ୍ଗ ନେତା ।
ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?
ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ ।
ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ ।
ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବନ୍ତ ରେଡ୍ଡୀ....ହାଇଦ୍ରାବାଦରେ ଶପଥ ପାଠ କରାଇଲେ ରାଜ୍ୟପାଳ....
ଯୋଗେଶଙ୍କ ମାଆଙ୍କ ନାଁରେ ପ୍ରଥମେ ମଦଭାଟି ଥିଲା କହିଲେ....ଏବେ କିନ୍ତୁ ଅଲଗା ନାଁ ବାହାରୁଛି, ପରିବର୍ତ୍ତନ କରିଥାଇପାରନ୍ତି'...
କିଛି ଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ....
ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ ରେଡ୍ଡୀ । ସେ ଗତରାତିରେ ଦିଲ୍ଲୀରୁ ଫେରିଥିବା ବେଳେ, ଆଜି ହାଇଦ୍ରାବାଦର ଲାଲବାହାଦୁର ଷ୍ଟାଡିୟମରେ ତାଙ୍କର ଶପଥ ଗ୍ରହଣ ସମାରୋହ ହେବ ।
ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ଥିର କରିବାକୁ ଆଜି ଦିଲ୍ଲୀରେ ବସୁଛି ବିଜେପି ସଂସଦୀୟ ଦଳ ବୈଠକ ।
ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।
ଏମପି ଥାଇ ଏମଏଲଏ ସିଟରେ ଲଢ଼ି ଜିତିଲେ ୧୨ ହେଭିୱେଟ୍ । ସଫଳ ହେଲା ବିଜେପିର ଏମପି ଫର୍ମୁଲା । ଓଡ଼ିଶାରେ ବି ଏମପି ଫର୍ମୁଲା ଆପଣାଇବ କି ବିଜେପି ?
ଓଡ଼ିଶାରେ ସାଧାରଣ ନିର୍ବାଚନରେ ଟିକେଟ ବାଣ୍ଟିବାକୁ ବିଜେପି ଆପଣାଇବ କି ଏମପି ଫର୍ମୂଲା ? ବିଧାନସଭାରେ ଲଢିବେ କି ସାଂସଦ ? ଚର୍ଚ୍ଚା ହେଉଛି ୩ ରାଜ୍ୟରେ ସଫଳତା ପଛରେ ଇଏ ବି ଥିଲା ଏକ ବଡ଼ ଷ୍ଟ୍ରାଟେଜୀ।
ବିଧାନସଭା ନିର୍ବାଚନରେ ବିଜେପି ୨୧ଜଣ ସାଂସଦଙ୍କୁ ମୈଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ ୯ ଜଣ ସାଂସଦ ହାରିଛନ୍ତି। ତେବେ ନିର୍ବାଚନରେ ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି।
ଯାହାଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବା ରେସ୍ରୁ ଏକ ପ୍ରକାର ଆଉଟ୍ ହୋଇଯାଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
୩୨ ବର୍ଷିୟା ବରିଲି ଜୋରାମ ପିପୁଲ୍ସ ମୁଭ୍ମେଣ୍ଟ ( ଜେପିଏମ୍) ପାର୍ଟିରୁ ନିର୍ବାଚନ ଲଢ଼ୁଥିଲେ। ଆଇଜଲ୍ ସାଉଥ୍-୩ ବିଧାନସଭା ଆସନରୁ ସେ ବିଜୟୀ ହୋଇଛନ୍ତି। ଜଣେ ରେଡିଓ ଜକି ଭାବେ ବରିଲି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ।
ଭଦ୍ରକ ଜିଲ୍ଲାରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ଜନ୍ମଦିନ ପାଳନକୁ ନେଇ ଥାନାରେ ଏତଲା ହୋଇଛି । ସହରରେ ବାଇକ୍ ରାଲି, ଡିଜେ ଏବଂ ବାଣ ଫୁଟାଇ ଏହାକୁ ସେଲିବ୍ରେସନ କରାଯାଇଥିଲା ।
ତେଜୁଛି ଜିଲ୍ଲା ମାନ୍ୟତା ରାଜନୀତି । ନିର୍ବାଚନ ପାଖେଇବା ସହ ଦାବି ବି ଜୋର୍ ଧରୁଛି । ପଦମପୁରକୁ ଜିଲ୍ଲା ଗଠନ ପାଇଁ ପ୍ରକ୍ରିୟା ପାଦେ ଆଗେଇଥିବା ବେଳେ ବିରୋଧୀ କିନ୍ତୁ ଏଥିରୁ ଭୋଟ୍ ରାଜନୀତିର ଗନ୍ଧ ବାରିଛନ୍ତି ।