/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704269227.jpg)
Soumya Ranjan Patnaik
ଦୀର୍ଘ ଦିନ ପରେ ପୁଣି ମୁହଁ ଖୋଲି ତୀର୍ଯ୍ୟକ ତୀର ମାରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି- ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ହୁଏ ନାହିଁ । ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ କରୁନାହାନ୍ତି ।
କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ନିଜ ପ୍ରତିକ୍ରିୟା ରଖି ସୌମ୍ୟ କହିଥିଲେ- ୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନାହାନ୍ତି । ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସନ୍ଦେହ ସୃଷ୍ଟି କରିଥିଲେ ସାମ୍ବାଦିକ । ଜଗନ୍ନାଥ ଅସଲି କି ନକଲି ଯଦି ଜାଣିନୁ, ଯେଉଁଠୁ ଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ।
ସେହିପରି ଆଗକୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ସୌମ୍ୟ । କହିଛନ୍ତି- ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’। ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ । ସଂପାଦକ ପଦ କାହିଁକି ଛାଡ଼ିଲେ ପ୍ରଶ୍ନରେ ପ୍ରତିକ୍ରିୟା ରଖି ସୌମ୍ୟ କହିଥିଲେ- ଯେଉଁ ସାମ୍ବାଦିକଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ସଂପାଦକ ପଦ ଛାଡ଼ିଲି । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)