Advertisment

ପୁଣି ଟିଟ୍‌ଫଣ୍ଡ ପ୍ରସଙ୍ଗ ! କ୍ଷମତାକୁ ଆସିଲେ ୨୪ ଘଣ୍ଟାରେ ଫେରାଇବୁ ଟଙ୍କା କହିଲା ବିଜେପି

କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।

author-image
Satyendu Shekher Mishra
undefined

Chit Fund Politics

୨୪ ନିର୍ବାଚନ ପୂର୍ବରୁ ତେଜିଲା ଚିଟ୍‌ଫଣ୍ଡ ରାଜନୀତି । ତାତିଲେଣି କ୍ଷତିଗ୍ରସ୍ତ, ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ବିରୋଧୀ । ଖାଲି ପ୍ରସଙ୍ଗ ନୁହେଁ କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଟଙ୍କା ଫେରାଇବାକୁ ବି ବିଜେପିର ପ୍ରତିଶ୍ରୁତି। ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।

Advertisment

ଗତକାଲି ଚିଟଫଣ୍ଡ ସଂସ୍ଥା ଏଟି ଗ୍ରୁପ ସ୍ଥାବର ଓ ଅସ୍ଥାବର ସଂପତ୍ତି ବ୍ୟାଜାପ୍ତି ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ତାଜା ହୋଇଛି ଏହି ପ୍ରସଙ୍ଗ। କର୍ପସ୍ ଫଣ୍ଡ ଆଉ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଇ ଦୁଇ ଦୁଇଟି ନିର୍ବାଚନ ବୈତରଣୀ ପାର ହେଲାଣି ବିଜେଡି । ହେଲେ ଏବେ ବି ଶତ ପ୍ରତିଶତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ହୋଇଛନ୍ତି ସରକାର। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛି କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ। କହିଛି, ଓଡ଼ିଶା ପ୍ରୋଟେକ୍ସନ ଅଫ୍ ଡିପୋଜିଟର୍ସ ଆକ୍ଟ ୨୦୧୧ ଅନୁସାରେ ସରକାର, କଂପାନୀମାନଙ୍କର ସଂପତ୍ତି ବ୍ୟାଜାପ୍ତି କରି ଜମାକାରୀଙ୍କ ଟଙ୍କା ଫେରାଇ ପାରିବେ। ନିୟମ ଥିଲେ ବି ସରକାର ଚୁପ୍ କାହିଁକି ବୋଲି ମଂଚ ପ୍ରଶ୍ନ କରିଛି ।

୨୦୧୩ରେ ରାଜ୍ୟରେ ଚିଟ୍ଫଣ୍ଡ କେଳେଙ୍କାରୀ ସାମ୍ନାକୁ ଆସିବା ପରେ ଅଡୁଆରେ ପଡିଥିଲେ ସରକାର। ଶାସକ ଦଳର ଏକାଧିକ ବିଧାୟକ, ମନ୍ତ୍ରୀଙ୍କ ସଂପକ୍ତି ଅଭିଯୋଗ ଆସିଥିଲା। ହେଭିୱେଟ ନେତା ରବୀନ୍ଦ୍ର ଜେନା, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ଦେବୀପ୍ରସାଦ ମିଶ୍ର,ପ୍ରଣବ ବଳବନ୍ତରାୟ, ରାମଚନ୍ଦ୍ର ହାଁସଦା, ପ୍ରଭାତ ବିଶ୍ବାଳ, ପ୍ରଭାତ ତ୍ରିପାଠୀଙ୍କ ଭଳି ନେତା ଚିଟଫଣ୍ଡରେ ସଂପୃକ୍ତି ନେଇ ଅଭିଯୋଗ ଆସିବା ସହ ସେତେବେଳେ ତମ୍ବିତୋଫାନ ଉଠିଥିଲା।

Advertisment

ଏବେ ପୁଣି ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ହେଲେଣି ବିରୋଧୀ। ବିଜେପି କହିଛି ସରକାରକୁ ଆସିଲେ ୨୪ ଘଣ୍ଟା ଭିତରେ ସ୍ବତନ୍ତ୍ର ଅଡିନାନ୍ସ ଆଣି କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଯିବ। ଏହା ସହ ଅଭିଯୁକ୍ତ ନେତାମାନଙ୍କୁ ଜେଲ୍ ପଠାଯିବ। ଅନ୍ୟପଟେ କଂଗ୍ରେସ କହିଛି ବିଜେଡିର ପ୍ରତିଶ୍ରୁତି ଖାଲି ଧୂଆଁବାଣ, ସରକାରକୁ ଆସିଲେ ଟଙ୍କା ଫେରାଇବ କଂଗ୍ରେସ। ଯାହାର ଜବାବ ରଖିଛି ବିଜେଡି।

ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ ଜମାକାରୀ ରହିଛନ୍ତି। ୨୦୧୩ ମସିହାରେ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ କମିଶନ ବସାଇଥିଲେ ସରକାର। ଏହା ଭିତରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ୪୫୦ରୁ ଅଧିକ ଚିଟଫଣ୍ଡ କଂପାନୀ ଦ୍ବାରା ଠକେଇ ହୋଇଥିବା ପାଖାପାଖି ୮ ଲକ୍ଷ ୮୬ ହଜାର ଆବେଦନ କମିଶନଙ୍କ ନିକଟକୁ ଆସିଥିଲା। ସେଥିରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ କମିଶନ। ହେଲେ ଏଯାଏଁ ମାତ୍ର ୨ ଲକ୍ଷ ୩୮ ହଜାର କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ ଟଙ୍କାରଖିଥିବା ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇପାରିଛନ୍ତି ରାଜ୍ୟ ସରକାର ।

BJD BJP Congress Odisha Politics Chit-fund
Advertisment
Advertisment