/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704207088.jpg)
Tree Plantation
କ୍ୟାପିଟାଲରେ ଗଛ ଲଗା ନାଁରେ ହରିଲୁଟ୍ । ବାହାର ରାଜ୍ୟ ନର୍ସରୀକୁ ଗଛ ଯୋଗାଇବା ଦାୟିତ୍ୱ ଦେଇ ମହାଦୁର୍ନୀତି କରାଯାଇଥିବା ଅଭିଯୋଗ । ଭୁବନେଶ୍ୱରର ୭ଟି ଓଭରବ୍ରିଜ ତଳ ଓ ଶିଖରଚଣ୍ଡୀ ପାହାଡ଼ ନିକଟରେ ଗଛ ଲଗା ବାବଦରେ ପ୍ରାୟ ୬ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା RTI ତଥ୍ୟରୁ ଜଣାପଡ଼ିବା ପରେ ଏନେଇ ଉଠିଛି ପ୍ରଶ୍ନ । ଆଉ ଏହାକୁ ନେଇ ତେଜିଛି ରାଜନୀତି ।
କାଗଜ କହୁଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଗଛ ଲାଗିଛି । ୮ଟି ସ୍ଥାନରେ ଗଛ ଲଗାଇବାକୁ ଖର୍ଚ୍ଚ ହୋଇଛି ସାଢ଼େ ୬ କୋଟି ଟଙ୍କା । ଗଛ ଲଗା ନାଁରେ ହୋଇଛି ମହାଦୁର୍ନୀତି । ସୂଚନା ଅଧିକାର ଆଇନ ବଳରେ OFDC ପକ୍ଷରୁ ଯୋଗାଇ ଦିଆଯାଇଥିବା ତଥ୍ୟ ତଥ୍ୟ କହୁଛି ଆଚାର୍ଯ୍ୟ ବିହାର ଓଭରବ୍ରିଜ୍ ତଳେ ୨୫ ଲକ୍ଷ ୧୨ ହଜାର ଟଙ୍କାରେ ୧ ହଜାର ୯୭୨ଟି ଗଛ ଲାଗିଛି । ଅର୍ଥାତ୍ ପ୍ରତିଟି ଗୁଳ୍ମ, ଛୋଟ ଗଛ ଓ ଅର୍ଣ୍ଣାମେଣ୍ଟାଲ ପ୍ଲାଣ୍ଟ ପାଇଁ ଖର୍ଚ୍ଚ ହୋଇଛି ହାରାହାରି ୧୨ ଶହ ୭୫ ଟଙ୍କା । ଖାଲି ଗଛ ଯୋଗାଇବା ପାଇଁ ନର୍ସରୀ ନେଇଛି ୭ ଲକ୍ଷ ୮୫ ହଜାର ଟଙ୍କା ।
ସମାନ ଚିତ୍ର ବାଣୀବିହାର ଓଭରବ୍ରିଜ ତଳର । ଏଠାରେ ୭ ହଜାର ୧୪ଟି ଗଛ ଲଗାଇବାରେ ଖର୍ଚ୍ଚ ହୋଇଛି ୩୦ ଲକ୍ଷ ୮୫ ହଜାର ଟଙ୍କା । ଶିଖରଚଣ୍ଡୀ ପାହାଡ଼ ତଳେ ୧୦ ହଜାର ବୃକ୍ଷ ଓ ୮ ହଜାର ଫୁଲ ଗଛ ଲଗାଇବାକୁ ୨ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅର୍ଥାତ୍ ଏଠାରେ ଲାଗିଥିବା ପ୍ରତିଟି ଗଛ ପାଇଁ ଖର୍ଚ୍ଚ ହୋଇଛି ହାରହାରି ୧୨ ଶହ ଟଙ୍କା । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା,ଆମ ରାଜ୍ୟରେ ଗଦାଗଦା ନର୍ସରୀ ଥିବା ସତ୍ତ୍ୱେ ପ୍ରତିଟି କାମରେ ଆନ୍ଧ୍ରର ନର୍ସରୀକୁ ଗଛ ଯୋଗାଇବା ଦାୟିତ୍ୱ ଦିଆଯାଇଛି । ଏବେ ପ୍ରଶ୍ନ, ଏସବୁ ବୃକ୍ଷର ବାସ୍ତବ ମୂଲ୍ୟ କେତେ ?
ଏପଟେ ସୌନ୍ଦର୍ଯ୍ୟକରଣ ବାହାନାରେ ବୃକ୍ଷରୋପଣ କରି ଅର୍ଥ ହରିଲୁଟ୍ ଅଭିଯୋଗକୁ ନେଇ ତେଜିଛି ରାଜନୀତି । ବିଜେପି ଅଭିଯୋଗ କରିଛି, ହରିଲୁଟ୍ ପାଇଁ ହିଁ ଏମାନେ ସୌନ୍ଦର୍ଯ୍ୟକରଣ କରୁଛନ୍ତି । କଂଗ୍ରେସ ପ୍ରଶ୍ନ କରିଛି, କାହିଁକି ଏତେ ବାହାର ରାଜ୍ୟ ପ୍ରେମୀ ହେଉଛନ୍ତି ସରକାର ? ଜବାବରେ ବିଜେଡି କହିଛି, ବିରୋଧୀଙ୍କ ପାଖରେ କୌଣସି ମୁଦ୍ଦା ନାହିଁ, ତେଣୁ ସେମାନେ ଏସବୁ ପ୍ରସଙ୍ଗ ଉଠାଉଛନ୍ତି । ଏବେ ଦେଖିବାକୁ ବାକି ରହିଲା, ସ୍ଥାନୀୟ ନର୍ସରୀ ମାଲିକ ଓ ବିରୋଧୀ କାଠଗଡ଼ାକୁ ଟାଣିବା ପରେ ସୌନ୍ଦର୍ଯ୍ୟକରଣ ନାଁରେ ହୋଇଥିବା ହରିଲୁଟ ଅଭିଯୋଗର କି ତଦନ୍ତ କରୁଛନ୍ତି ରାଜ୍ୟ ସରକାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)