Advertisment

ସରକାରୀ ଟଙ୍କାରେ ବିଜେଡି କରୁଛି କି ବ୍ରାଣ୍ଡ ନବୀନର ପ୍ରମୋସନ ?

BSKY ନବୀନ କାର୍ଡ ଆୱାରନେସ୍ ପାଇଁ ସ୍କୁଲରୁ ପଞ୍ଚାୟତ ଯାଏଁ ପ୍ରୋଗ୍ରାମ । ‘ନୂଆ ଓ’ କାର୍ଯ୍ୟକ୍ରମରେ ପିଲାଙ୍କ ସାର୍ଟିଫିକେଟରେ ଶଙ୍ଖ ଚିହ୍ନ ।

author-image
Satyendu Shekher Mishra
Odisha Politics

Odisha Politics

ସଚେତନତା କାର୍ଯ୍ୟକ୍ରମ ନାଁରେ ସରକାରୀ ପ୍ରଚାର ପ୍ରସାର । ସରକାରୀ ଟଙ୍କାରେ ବ୍ରାଣ୍ଡ ନବୀନ ପ୍ରମୋସନ । ଆମ ଓଡିଶା ନବୀନ ଓଡିଶା, ନୂଆ ଓ’ ଆଉ ଏବେ BSKY-ନବୀନ କାର୍ଡ । ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କାର୍ଯ୍ୟକ୍ରମ ନାଁରେ ତଳସ୍ତରରେ କୋଟି କୋଟି ଖର୍ଚ୍ଚ କରି କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ସରକାର । ଗ୍ରାମାଞ୍ଚଳ ଲୋକଙ୍କ ଲାଗି BSKY-ନବୀନ କାର୍ଡ ଘୋଷଣା କରାଯିବା ପରେ ଏବେ ତାକୁ ଗ୍ରାଉଣ୍ଡ ସ୍ତରରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ ।

Advertisment

ଆସନ୍ତା ୬ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ସ୍କୁଲ, କଲେଜ ଏବଂ ପଞ୍ଚାୟତରେ ହେବ ସଚେତନତା କାର୍ଯ୍ୟକ୍ରମ । SHG ଜରିଆରେ ବି ସଚେତନ କରିବେ ସରକାର । ଏହା ସହ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯିବ । ଆବଶ୍ୟକ ପଡିଲେ, ଅଧିକ ଟଙ୍କା ବି ମିଳିବ ।

ଏଠି ପ୍ରଶ୍ନ ଉଠୁଛି ଏ କାର୍ଯ୍ୟକ୍ରମ କେବଳ ସଚେତନତା ପାଇଁ ନା ବ୍ରାଣ୍ଡ ନବୀନର ପ୍ରମୋସନ ପାଇଁ । କାହିଁକି ନା ପୁରୁଣା BSKY ଯୋଜନାରେ ସାମିଲ ହେବାକୁ ପଡି ରହିଥିବା ଆବେଦନକୁ ମଞ୍ଜୁର ନକରି ନୂଆ ଯୋଜନାରେ ଆବେଦନ ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାର ଉଦ୍ଦେଶ୍ୟ କଣ ।

Advertisment

ଅନ୍ୟପଟେ କଲେଜଗୁଡିକରେ ନୂଆ ଓ' କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ବି କଲେଜରେ ଛାଇ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନର । ବଡ଼ କଥା ହେଲା, ସଫଳ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଆଗରେ ନବୀନ ଆଉ ପଛରେ ଶଙ୍ଖ ଚିହ୍ନ ଲଗାଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ପିଛା ୩ରୁ ୯ ଲକ୍ଷ ଯାଏଁ ଦେଉଛନ୍ତି ସରକାର । ସେହିପରି ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଚାର ପ୍ରସାର ଏବଂ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ପାଇଁ ଅତିରିକ୍ତ ୨୧୪ କୋଟି ବ୍ୟୟବରାଦ କରିଛନ୍ତି ସରକାର । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

୨୦୧୯ରେ ମଧ୍ୟ ପିଠା, ବିଜୁ ଯୁବ ବାହିନୀ ଭଳି ଯୋଜନା କରି ଲୋକଙ୍କ ପାଖରେ ନିର୍ବାଚନ ଯାଏଁ ଯୋଡି ରହିଥିଲା ବିଜେଡି। ଆଗକୁ ନିର୍ବାଚନ ଥିବାରୁ ସେ ଯାଏଁ ଲୋକଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିୟୋଜିତ କରିବାକୁ ଏସବୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି।

BJD BJP Congress Odisha Politics
Advertisment
Advertisment