/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704121628.jpg)
Dharmendra Pradhan
ଆସନ୍ତା ଲୋକସଭା ନିର୍ବାଚନରେ ସମ୍ବଲପୁର ଆସନରୁ ଲଢିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାଗେଡିଆରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବା ଅବସରରେ ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଧର୍ମେନ୍ଦ୍ର କହିଛନ୍ତି, ଏହି ପଟରୁ ଲଢିବା ନେଇ ସେ ପାର୍ଟି ନିକଟରେ ଦରଖାସ୍ତ ଦେଇଛନ୍ତି।
Advertisment
ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀର ବାଗେଡିଆ ଅଞ୍ଚଳ ସମ୍ବଲପୁର ଲୋକସଭା ଆସନ ଅଧିନରେ ଆସୁଥିବାରୁ ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟ ତାଙ୍କର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଚର୍ଚ୍ଚାକୁ ଦ୍ୱିଗୁଣିତ କରିଛି। ସେ ସମ୍ବଲପୁର କିମ୍ବା ଢେଙ୍କାନାଳ ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହୋଇଆସୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)