Advertisment

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ, ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ

କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି।

author-image
Santosh Kumar Sahoo
Kalahandi bandh

Kalahandi bandh

ଆଜି କଳାହାଣ୍ଡି ଜିଲ୍ଲାରେ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସମସ୍ୟା ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦୋକାନ ବଜାର ବନ୍ଦ ରହିଛି । ତେବେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି।

Advertisment

କଳାହାଣ୍ଡି ଜିଲ୍ଲାରେ ମଣ୍ଡିରେ ଚାଷୀ ସମସ୍ୟା, ଧାନ କଟନି ଛଟନି, କପାର ଅଭାବୀ ବିକ୍ରି, ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିଜେପି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ବିଭିନ୍ନ ସମସ୍ୟା ପ୍ରତିବାଦରେ ପୂର୍ବରୁ ବିଜେପି ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ୍, ଆରଆଇ ଅଫିସ ଘେରାଉ କରାଯାଇଥିଲା। ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ଆଜି ବନ୍ଦ ପାଳନ କରାଯାଉଥିବା ବିଜେପି କହିଛି।

Odisha News BJP Kalahandi
Advertisment
Advertisment