/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704097237.jpg)
Damodar Rout
ଦାମୋଦର ରାଉତଙ୍କୁ ନୂଆବର୍ଷ ଉପହାର ଦେଲେ ନବୀନ ପଟ୍ଟନାୟକ। ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର ଆଦେଶ ହଟାଇଛନ୍ତି । ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାଙ୍କ ପୁଅ ସମ୍ବିତ ରାଉତରାୟ । ଗତ ନିର୍ବାଚନରେ ବିଜେପି ଟିକେଟରେ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ିଥିଲେ ଦାମୋଦର ରାଉତ । ଲମ୍ବା ସମୟ ଧରି ବିଜେଡି ସହ ଥିଲେ ଦାମ ରାଉତ । ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ ରାଉତ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ ।
ସେପଟେ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ ରାଉତରାୟ। ସେ କହିଛନ୍ତି, ବାପା ଏବେ ହସ୍ପିଟାଲରେ ଅଛନ୍ତି, ବହିଷ୍କାର ଆଦେଶ ଜାଣି ସେ ବହୁତ ଖୁସି ହେବେ। ବହିଷ୍କାର ଆଦେଶ ପରେ ବାପା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ। ବହିଷ୍କାର ଆଦେଶ ତାଙ୍କୁ ବହୁତ କଷ୍ଟ ଦେଇଥିଲା। ଏନେଇ ଟିକେ କହିବାକୁ ମୋତେ ବାରମ୍ବାର କହୁଥିଲେ ବୋଲି କହିଛନ୍ତି ସମ୍ବିତ । ସେ ଆହୁରି କହିଛନ୍ତି ଯେ, ପ୍ରାୟ ୨ବର୍ଷ ତଳେ ଏ ସଂପର୍କରେ ମୁଁ 5T ଅଧ୍ୟକ୍ଷଙ୍କୁ କହିଥିଲି। ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଟିକେ କହିବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି। ସମୟ ସୁବିଧା ଦେଖି ସେ ମୁଖ୍ୟମନ୍ତ୍ରୀଙ୍କୁ କହିବେ ବୋଲି କହିଥିଲେ। ତେବେ ମୁଁ କେବେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ କହିନଥିଲି ବୋଲି କହିଛନ୍ତି ସମ୍ବିତ ରାଉତରାୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)