/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704369846.jpg)
Giridhar Gamago
କଂଗ୍ରେସରେ ଯୋଗଦେବେ ଗିରିଧର ଗମାଙ୍ଗ ପରିବାର । ଆସନ୍ତା ୭ ତାରିଖରେ କଂଗ୍ରେସର ହାତ ଧରିବେ ପୂର୍ବତନ ମନ୍ତ୍ରୀ ଗିରିଧରୀ ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ । AICC ତରଫରୁ ସବୁଜ ସଙ୍କେତ ମିଳିବା ସହ ପିସିସି ସଭାପତିଙ୍କ ସହ ଆଲୋଚନା ସରିଥିବା କହିଛନ୍ତି ହେମା ଗମାଙ୍ଗ। ସେହିପରି ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ଖୁବ ଶୀଘ୍ର କଂଗ୍ରେସରେ ଯୋଗଦେବେ।
ଆସନ୍ତା ୬ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର। ତାଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିବେ ହେମା ଗମାଙ୍ଗ । ସେପଟେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଦଳକୁ ଫେରିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଉଠାଯିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।
#କଂଗ୍ରେସରେ_ମିଶିବେ_ଗମାଙ୍ଗ_ପରିବାର
‘ହାତ’ ନଧରୁଣୁ ଦମ୍ଭ ଦେଖାଇଲେ ହେମା ଗମାଙ୍ଗ#HemaGamango#Congress#OTVpic.twitter.com/0YspagveDU— ଓଟିଭି (@otvkhabar) January 4, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)