କେମିତି ଖେଳକୁଦ ବୟସରେ ମେଡିକାଲ୍ ବେଡ୍ରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଏହି ୫ ବର୍ଷର କୁନି ଝିଅ । ଯନ୍ତ୍ରଣା ଏତେ ଯେ କାନ୍ଦି ପକାଉଛି । ତା କଷ୍ଟ ଦେଖିଲେ ଆପଣଙ୍କ ଆଖିରୁ ବି ଲୁହ ଝରି ଆସିବ । ଝିଅର ଉପଯୁକ୍ତ ଚିକିତ୍ସା ପାଇଁ ପାଖରେ ଟଙ୍କା ନଥିବାରୁ ବାପାମାଆ ଡାକ୍ତରଖାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ।
କେମିତି ବା ସହିପାରନ୍ତା..ସେ ସିନା ଅନ୍ତ ଫାଡ଼ି ଜନ୍ମ ଦେଇନି..ହେଲେ ସେ ପରା ମାଆ..ଜୀବନରେ କେତେ ଝଡ଼ ଆସିଛି ସେସବୁକୁ ମୁଣ୍ଡପାତି ସହି ତାକୁ ବଡ଼ କରିଛି । ଯେଉଁଥିପାଇଁ ଆଜି ଗୋଟିଏ ମାଆର ପ୍ରାଣ କାନ୍ଦୁଛି । ଏମିତିକି ନିଜ ଜୀବନ ବଦଳରେ ତାକୁ ବଞ୍ଚାଇଦେବାକୁ ନେହୁରା ହେଉଛି ମାଆଟିଏ ।
ଗାଁ ଦାଣ୍ଡରେ ବାଣ ଫୁଟୁଛି । ହୁଳହୁଳି ପଡ଼ୁଛି । ଗାଁ ଝିଅକୁ କରାଯାଉଛି ସ୍ୱାଗତ । କାରଣ ଗାଁର ସେହି କୁନି ଝିଅ ଖୋଖୋରେ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରରେ ପାଇଛନ୍ତି ସଫଳତା । ଯେଉଁଥିପାଇଁ ଗାଁରେ ସୃଷ୍ଟି ହୋଇଛି ଖୁସିର ମାହୋଲ ।
ଜାମା ପଛେ ମାଟିଆ ହେଉ ଗାଡ଼ି ଏଇଠୁ ଉଠିଯାଉ
ଅବହେଳିତ ଅବସ୍ଥାରେ ପଡ଼ି ରହିଛି ନୂଆପଡ଼ା ଜିଲ୍ଲାର ରକ୍ତ ତୀର୍ଥ ସାଲିହା ।
ବିଇଡି କଲେଜ, ଲେଡିଜ୍ ହଷ୍ଟେଲ, ଜେଣ୍ଟସ ହଷ୍ଟେଲ, ଷ୍ଟାଫ୍ କ୍ୱାର୍ଟର ପାଇଁ କାମ ସରିଛି । କେନ୍ଦ୍ର ସରକାରଙ୍କ ଅନୁଦାନରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା
ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି।
ଅଢେଇ ଶହ ମିଟର ରାସ୍ତାକୁ ୭ଥର ବିଲ୍। ଗତ ୫ ବର୍ଷ ଭିତରେ ବିଭିନ୍ନ ଯୋଜନାର ଟଙ୍କାକୁ ଯୋଜନାବଦ୍ଧ ଭାବେ ଆତ୍ମସାତ୍ କରାଯାଇଛି।
ଆଜିକୁ ୩ ବର୍ଷ ହେଲା ହାତରେ ଫଳକ ଧରି ପଞ୍ଚାୟତ ଅଫିସ୍, ବ୍ଲକ ଅଫିସ୍ ସବୁଆଡେ ଗଲେଣି ହରେକୃଷ୍ଣ ନାୟକ । ମୋ ଘର କେଉଁଠି ଦେଖେଇ ଦିଅନ୍ତୁ ମୁଁ ରହିବି ବୋଲି କହୁଛନ୍ତି, କିନ୍ତୁ ତାଙ୍କ କଥା କେହି ଶୁଣୁନାହାନ୍ତି।
ରାଜ୍ୟରେ ବଢି ଚାଲିଛି ମଦ ଦୋକାନ ସଂଖ୍ୟା। ଏବେ ରାଜ୍ୟରେ ୧୭୪୯ଟି ଦେଶୀ ଏବଂ ୬୭୩ଟି ଠିପି ଖୋଲା ବିଦେଶୀ ମଦ ଦୋକାନ ରହିଛି। ସେହିପରି ୪୬ଟି ବିୟର ପାର୍ଲର, ୧୯ଟି କ୍ଳବ୍ ଅନ୍, ୩୫ଟି ମିଲିଟାରୀ କ୍ୟାଣ୍ଟିନ୍, ୫୧ଟି ତାଡି ଦୋକାନ ସହ ୨ଟି ପାଚୋଇ ଦୋକାନ ମଧ୍ୟ ରହିଛି।
ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ ।
ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି।
ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...
୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ
ମହଙ୍ଗା ମାଡ଼ରେ ଘାଇଲା ଖାଉଟିଙ୍କୁ ଏବେ ଘାରିଛି ଡାଲି ଦରବୃଦ୍ଧି ଚିନ୍ତା । କାରଣ ଗତ ୬ମାସ ଭିତରେ ଡାଲି ଦର କିଲୋ ପିଛା ପ୍ରାୟ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଗଲାଣି । ଯେଉଁଥିପାଇଁ ବିଗିଡ଼ି ଗଲାଣି ଗୃହିଣୀଙ୍କ ଘର ଖର୍ଚ୍ଚ ବଜେଟ୍ । ଏପଟେ ବ୍ୟବସାୟୀଙ୍କ କହିବା କଥା, ବଡ଼ ବଡ଼ କର୍ପୋରେଟ ହାଉସଙ୍କ ହୋର୍ଡିଂ ଯୋଗୁଁ ସୃଷ୍ଟି ହୋଇଛି ଡାଲିର କୃତ୍ରିମ ଦରବୃଦ୍ଧି ।
ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି ।
ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।
ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯାଇଥାଏ।
ପାକିସ୍ତାନର ଜାତୀୟ ବୃକ୍ଷ ହେଉଛି ସେହି ବୃକ୍ଷ, ଯାହା ଆମ ଦେଶରେ ଭଗବାନ ଶିବଙ୍କର ପ୍ରିୟ ବୃକ୍ଷମାନଙ୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଆଜି ବି ଏହି ବୃକ୍ଷ ହିନ୍ଦୁ ଧର୍ମରେ ଶୁଦ୍ଧତା, ଶାନ୍ତି ଏବଂ ଆଧ୍ୟାତ୍ମିକତା ସହିତ ଜଡିତ।
ଆସନ୍ତା ୪ରେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ଜଷ୍ଟିସ୍ ତାଳପତ୍ରଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ।
ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ ହେଉଥିବା ବେଳେ, ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ । ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ୍ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ବି ଆଣିପାରେ।
ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା।
ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା।
ସକାଳୁ ଲୁଗା ଦୋକାନରେ ନିଆଁ ଲାଗିଥିବା ସୂଚନା ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ।
ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା ।