/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696511185.jpg)
Kalahandi Girl Ankita
ସଂସଦ ଭବନରେ ବକ୍ତବ୍ୟ ରଖି ପ୍ରଶଂସିତ ଓଡ଼ିଆ ଝିଅ । କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ସାଉଁଟିଛନ୍ତି ଅନେକ ପ୍ରଶଂସା । ତାଙ୍କର ଓଜସ୍ୱିନୀ ଭାଷଣ ଶୁଣି ସଂସଦରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଅଭିଭୂତ ହୋଇଥିଲେ ।
Advertisment
କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ନେହେରୁ ଯୁବା କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାରୁ ଏକମାତ୍ର ଯୁବତୀ ଅନମୋଲ ଅଙ୍କିତା ଭାଗ ନେଇଥିଲେ । ମୋଟ ୨୯ଟି ରାଜ୍ୟର ୮ଜଣ ଯୁବକ ଯୁବତୀ ସଂସଦ ଭବନରେ ବକ୍ତବ୍ୟ ରଖିବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ଓଡ଼ିଶାର ଝିଅ ଅନମୋଲ ଅଙ୍କିତା ଅନ୍ୟତମ ଥିଲେ ।
ମହିଳା ସଶକ୍ତିକରଣ, ସାମାଜିକ ସମାନତା, ସବୁଜ ଓ ଶ୍ୱେତ ବିପ୍ଳବ ସହ ଶାସ୍ତ୍ରୀଙ୍କର ଦୂରଦୃଷ୍ଟି ଓ ଦେଶ ସେବା ପାଇଁ ତାଙ୍କର କର୍ତ୍ତବ୍ୟବୋଧ ଉପରେ ବକ୍ତବ୍ୟ ରଖି ପ୍ରଶଂସା ସାଉଁଟିଥିଲେ ଅନମୋଲ୍ ଅଙ୍କିତା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)