Advertisment

ସିଏଜି ଧରିଲେ ‘ଆବାସ’ ସତ :‘ରାଜ୍ୟର ୮ ଲକ୍ଷ ୫୯ ହଜାର ପରିବାର ପାଇନାହାଁନ୍ତି ଘର’

‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’

author-image
Prangyan Parimita
ଅଦ୍ୟତନ ହୋଇଛି
CAG Report

CAG Report

ରାଜ୍ୟର ୮ ଲକ୍ଷ ୫୯ ହଜାର ପରିବାର ଏଯାଏଁ ଘର ପାଇନାହାଁନ୍ତି। ଗ୍ରାମସଭାରେ ଯୋଗ୍ୟ ହୋଇଥିବା ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ ହୋଇଯାଇଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟକାରିତା ଏବଂ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି CAG । ସିଏଜିଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ରାଜ୍ୟର ଗ୍ରାମାଞ୍ଚଳର ୮ ଦଶମିକ ୫୯ ଜଣ ହିତାଧିକାରୀ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି।

Advertisment

ସେହିପରି ଯାଞ୍ଚ ହୋଇଥିବା ସମସ୍ତ ୨୪ଟି ପଞ୍ଚାୟତ ସମିତିରେ ବାସଗୃହ ଅଗ୍ରାଧିକାର ସଂଖ୍ୟା ଅନୁସାରେ ମଞ୍ଜୁରୀ କରାଯାଇନାହିଁ। କେବଳ ସେତିକି ନୁହେଁ, ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ପରମାନେଣ୍ଟ ୱେଟିଂ ଲିଷ୍ଟ ଚୁଡାନ୍ତ କରାଯାଇପାରିନଥିବା କହିଛନ୍ତି ସିଏଜି। ବିଭିନ୍ନ ବର୍ଗରେ ଉପଯୁକ୍ତ ପରିବାର ଉପଲବ୍ଧ ନହେବାରୁ ରାଜ୍ୟକୁ ଟାର୍ଗେଟର ୫.୨୭ ଲକ୍ଷ ଆବଣ୍ଟିତ ଘରକୁ ସରେଣ୍ଡର କରିବାକୁ ପଡ଼ିଥିଲା।

ହିତାଧିକାରୀ ଚୟନ କରିନପାରିବାରୁ ୧୨ ଲକ୍ଷ ୨୫ ହଜାର ହିତାଧିକାରୀ ପରମାନେଣ୍ଟ ୱେଟିଂ ଲିଷ୍ଟ ତାଲିକାରେ ସାମିଲ କରାଯାଇନଥିବା ଦର୍ଶାଇଛନ୍ତି ସିଏଜି। ଅନ୍ୟାନ୍ୟ ଯୋଜନାରେ ପାଣ୍ଠି ସଂଗ୍ରହ କରିବାରେ ବିଫଳ ହେବାରୁ ହିତାଧିକାରୀ ମାନଙ୍କୁ ମୌଳିକ ସୁବିଧା, ଯେପରି ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ ସଂଯୋଗ ଇତ୍ୟାଦିକୁ ବାଦ୍ ଦିଆଯାଇଛି। ..

Advertisment

ସମ୍ପୂର୍ଣ୍ଣ ଘର ମଧ୍ୟରୁ ୩୪୭ଟି ଘରେ ଶୌଚାଳୟ ନଥିଲା। ୧୨୨ଟି ଘରେ ପାନୀୟ ଜଳ ସୁବିଧା ନଥିଲା। ୧୯୯ଟି ଘରେ ବିଜୁଳି ବି ନଥିଲା ବୋଲି ଦର୍ଶାଇଛନ୍ତି ସିଏଜି। ସେହିପରି PMAY-G ପାଇଁ ରାଜ୍ୟ ନୋଡାଲ୍ ଆକାଉଣ୍ଟ ବ୍ୟତୀତ ଆଇସିଆଇସିଆଇ ବ୍ୟାଙ୍କର ଅନ୍ୟ ଆକାଉଣ୍ଟ ବ୍ୟବହାର କରାଯାଉଥିଲା ଏବଂ ୧୮ କୋଟି ୧୦ ଲକ୍ଷ କୋଟି ଟଙ୍କା ଅନିୟମିତ ଭାବେ ପଠାଯାଇଥିବା କହିଛନ୍ତି CAG। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।...

ଆବାସ ଯୋଜନାରେ ଅନିୟମିତତା ନେଇ ଗୋଟିଏ ପଟେ CAGଙ୍କ ଉଦବେଗ, ଆରପଟେ ଗ୍ରାଉଣ୍ଡ ଜିରୋରେ ମହାଘୋଟାଲା ଗନ୍ଧ। ହିତାଧିକାରୀ ଚୟନ ପାଇଁ କେଉଁଠି ଟଙ୍କା କାରବାର ହୋଇଛି ତ ଆଉ କେଉଁଠି ଦେଖାଦେଇଛି ବାଦବିବାଦ। ଭଦ୍ରକ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁର ପଞ୍ଚାୟତରେ କେମିତି ଚାଲିଛି ଘୋଟାଲା, ତାର ନଗ୍ନ ଉଦାହରଣ ଆଜି ସାମ୍ନାକୁ ଆସିଛି। ସରପଞ୍ଚ ପ୍ରଫୁଲ୍ଲ 
ବେହୁରା ଏବଂ GRS ନିରଞ୍ଜନ ମହାନ୍ତିଙ୍କ ମଧ୍ୟରେ ଆବାସ ଯୋଜନାର ହେରଫେରକୁ ନେଇ ଉଭୟଙ୍କ ମଧ୍ୟରେ ଜୋରଦାର ହୋଇଛି କଥା କଟାକଟି। ଯାହାର ଅଡ଼ିଓ ଏବେ ସୋସିଆଲ ମିଡ଼ିଆରେ  ଭାଇରାଲ ହେଉଛି।

ଜଳେଶ୍ୱରପୁର ପଞ୍ଚାୟତରେ ୨୯୩ ଜଣଙ୍କ ମଧ୍ୟରୁ ୧୮୦ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିଲେ। କିନ୍ତୁ ଅନ୍ୟ ଯୋଗ୍ୟ ବ୍ୟକ୍ତି ଚୟନ ପ୍ରକିୟାରୁ ବାଦ୍ ପଡ଼ିବାକୁ ନେଇ ସରପଞ୍ଚ ପ୍ରଫୁଲ୍ଲ ବେହୁରା ଏବଂ GRS ନିରଞ୍ଜନ ମହାନ୍ତିଙ୍କ ମଧ୍ୟରେ ଗାଳି ଗୁଲଜ ହୋଇଥିବା ଅଡ଼ିଓରୁ ଜଣାପଡ଼ିଛି । ତେବେ କେବେକାର ଅଡ଼ିଓ, ସେନେଇ ସ୍ପଷ୍ଟ ହୋଇ ନଥିବାବେଳେ GRS ନିରଞ୍ଜନ ମହାନ୍ତିଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।...

CAG PM Awas Yojana
Advertisment
Advertisment