• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଜନ୍ମ ହେବା ମାତ୍ରେ ରଖାଯିବ ଫୁଟ ପ୍ରିଣ୍ଟ । କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଆସିବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ପୁଅ କିମ୍ବା ଝିଅ ହୋଇଛି ସେ ନେଇ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ ଆଟେଣ୍ଡାଣ୍ଟ । ଫଳରେ ଆଉ ଭୁଲ ମେସେଜ ଯିବ ନାହିଁ । କେବଳ ସେତିକି ନୁହେଁ ଲେବର ରୁମରେ ଛୁଆ ଜନ୍ମ ପରେ ପ୍ରଥମେ ମାଆକୁ କୁହାଯାଏ, ଏହାପରେ ଖାତାରେ ମଧ୍ୟ ଉଲ୍ଲେଖ କରାଯାଏ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଏହାସହ ସେ କହିଛନ୍ତି ଯେ ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।

କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ନେଇ ଅଭିଯୋଗ ଆସିଥିଲା । ଏହାପରେ DNA ଟେଷ୍ଟ କରାଯିବା ପରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଥିଲା । ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଜଣେ ବ୍ୟକ୍ତିଙ୍କ ଯୋଗୁ ହସ୍ପିଟାଲ ବଦନାମ ହେଲା,ପୋଲିସଠୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା । ଏଭଳି କାର୍ଯ୍ୟ କରି ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ସେ କହିଛନ୍ତି ।