• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ପାଇଁ ବିଧାୟକ ବିଜୟ ଶଙ୍କର ଦାସଙ୍କ ଆବେଦନ ପ୍ରସଙ୍ଗରେ କଟକ ସବ୍ ରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି ପ୍ରେମିକା ସୋମାଲିକା । ସୋମାଲିକା ପରିବର୍ତ୍ତେ ଅନ୍ୟ ଯୁବତୀଙ୍କୁ ବିବାହ ପାଇଁ ବିଜୟଶଙ୍କର ଆବେଦନ କରିବା ପରେ ଏପରି କରିଛନ୍ତି ସୋମାଲିକା । ତେବେ ସବ୍‌ରେଜିଷ୍ଟ୍ରୀ ଅଫିସ୍‌ରେ ଅଭିଯୋଗ ପରେ ସୋମାଲିକା ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି ସୋମାଲିକା । ପୋଲିସ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା, ମୋତେ ନ୍ୟାୟ ଦରକାର । ଲୁଚିଛପି ଏଭଳି କରିଛନ୍ତି ବିଜୟ । ଏସମ୍ପର୍କରେ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି, ସେଥିପାଇଁ ଆକ୍ସନ ହେଉନି । ପାର୍ଟି ପାୱାର ପାଇଁ ପୋଲିସ ତାଙ୍କୁ ଡାକୁନି କି ଗିରଫ କରୁନି । ପୋଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ହେଲେ ଡାକୁନି । ପୋଲିସ ମୋତେ ବହୁତ ହାରାସ୍‌ କରୁଛି, ମୁଁ ଡିପ୍ରେସନକୁ ଆସିଗଲିଣି ବୋଲି ସେ କହିଛନ୍ତି । ମୋତେ ଏଯାଏ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ନାରା ଦେଉଛନ୍ତି, ମୁଁ ତ ଜଣେ ନାରୀ । ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋମାଲିକା ।

ସେହିପରି ବିଜୟଙ୍କ ବୟସକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରେମିକା ସୋମାଲିକା । ବିଜୟଙ୍କ ବୟସ କଣ ବଢୁନି ବୋଲି କଟାକ୍ଷ କରିଛନ୍ତି ସୋମାଲିକା । ଗତବର୍ଷ ମୋ ସହ ବିବାହ ଆବେଦନ ବେଳେ ବୟସ ୩୦ ଥିଲା । ଏବେ ଦେଢ଼ ବର୍ଷ ପରେ ବୟସ ପୁଣି ସେହି ୩୦ ଲେଖିଛନ୍ତି । ତାଙ୍କ ବୟସ କଣ ବଢୁନି କି ବୋଲି ପ୍ରଶ୍ନ କରିଛନ୍ତି ସୋମାଲିକା ।