/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696758919.jpg)
Bahanaga Train Tragedy
ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ ଆଉ ୨୮ ଜଣଙ୍କ ହେବ ଅନ୍ତିମ ସଂସ୍କାର। ଏପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସରେ ଥିବା ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି। ତେଣୁ ମୃତଦେହ ଗୁଡିକର ସଂସ୍କାର ପାଇଁ ଅଗଷ୍ଟ ୨୫ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ CBI ଚିଠି କରିଥିଲା। ଏହାପରେ ଅଗଷ୍ଟ ୭ ତାରିଖରେ ଜିଲ୍ଲାପାଳଙ୍କ ପକ୍ଷରୁ ବିଏମସିକୁ ଚିଠି ଲେଖାଯାଇଥିଲା।
#ଭରତପୁର_ସତ୍ୟନଗରରେ_ହେବ_ସଂସ୍କାର
· ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର
· ୨୮ ମୃତଦେହର ସଂସ୍କାର ନେଇ ବିଏମ୍ସି ମେୟରଙ୍କ ସୂଚନା
· 'ଦିନେ ଦୁଇ ଦିନ ଭିତରେ ୨୮ ଅଚିହ୍ନା ମୃତଦେହର ସତ୍କାର ହେବ'
· 'CBI ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର ହେବ'#Odisha#TrainAccidentpic.twitter.com/Otx0pQ2xWj— ଓଟିଭି (@otvkhabar) October 8, 2023
ଏବେ ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଭରତପୁର ଶ୍ମଶାନରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ମୁତୟନ କରାଯିବ। ଯାହା ଫଳରେ ଅତି ସୁବିଧାର ସହ ସଂସ୍କାର ହୋଇପାରିବ। ଡିଏନଏ ଟେଷ୍ଟ ପରେ ବି ଏମ୍ସ ଭୁବନେଶ୍ୱରରେ ଥିବା ୨୮ଟି ମୃତଦେହର ଚିହ୍ନଟ ହୋଇପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)