/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696305563.jpg)
SCB Medical
କିଛିଦିନ ହେବ କଟକ ବଡ଼ ମେଜିକାଲ୍ର ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସୁଛି। କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ । ବିଶ୍ୱସ୍ତରୀୟର ଡିଣ୍ଡିମ ପିଟା ଚାଲିଥିବା ଏସସିବି ମେଡିକାଲରେ ସତେ ଯେମିତି ଅନ୍ତଃହୀନ ଦୁର୍ଦ୍ଦଶା। ଦୁଇ ଦିନ କାଳ ବିନା ଲାଇନ୍ରେ ଛଟପଟ ହେବା ପରେ ଗତକାଲି ବିନା ପାଣିରେ କଲବଲ ହୋଇଥିଲେ ରୋଗୀ ଓ ସେମାନଙ୍କ ସଂପର୍କୀୟ।
ପିଇବା ପାଇଁ ସିନା କିଣି ଆଣି ଚଳେଇ ଦେଲେ, ହେଲେ ଝାଡ଼ା-ପରିସ୍ରା ଯିବା ବେଳକୁ ସମସ୍ତଙ୍କର ଅକଲ ଗୁଡମ୍ ହୋଇଯାଇଥିଲା। କିଏ ବୋତଲ ଧରି ଏ ୱାର୍ଡରୁ ସେ ୱାର୍ଡ ଘୂରି ବୁଲିଲେ । ତ ଆଉ କିଏ ପାଣିକୁ ଅପେକ୍ଷା କରିଥିଲେ ଘଣ୍ଟା ଘଣ୍ଟା ଧରି । ହେଲେ ସମସ୍ୟା ସୁଧୁରିଲାନି।
ପାଣି ଏତେ କମ୍ ଆସୁଛି ଯେ, ଗୋଟିଏ ବୋତଲ ପୁରିବାକୁ ୨୦-୨୫ ମିନିଟ୍ ସମୟ ଲାଗୁଛି । ମେଡିକାଲ୍ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଶନିବାର ଦିନ କଟକ SCB ମେଡିକାଲ୍ରେ ୧୦ ଘଣ୍ଟା ବିଦ୍ୟୁତ୍ ନଥିଲା। ଏହାର ପରଦିନ ଅର୍ଥାତ୍ ରବିବାର ଦିନ ମଧ୍ୟ ସମାନ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା।SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ ୬ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)